ମହଙ୍ଗା ହେବ ଋଣ; ୦.୫୦ ପ୍ରତିଶତ ରେପୋ ରେଟ୍‌ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ହେବ ଋଣ । ଆରବିଆଇ ମୁଦ୍ରା ନୀତି ବୈଠକ ପରେ ଏପରି ଏକ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଥିବା ବେଳେ ବର୍ତ୍ତମାନ ରେପୋ ହାରକୁ ୦.୫୦% ବୃଦ୍ଧି କରାଯାଇଛି । ପୂର୍ବରୁ ରେପୋ ରେଟ ୪.୪୦% ଥିଲା । ଏହା ଏବେ ୦.୫୦% ବଢ଼ି ୪.୯୦କୁ ବୃଦ୍ଧି ପାଇଛି ।

ଆରବିଆଇର ସୂଚନା ଅନୁଯାୟୀ ଗୋଟିଏ ମାସ ମଧ୍ୟରେ ରେପୋ ରେଟ୍‌ ୯୦ ଆଧାର ପଏଣ୍ଟ ବୃଦ୍ଧି ପାଇଛି । ଫଳରେ ପ୍ରାୟ ସମସ୍ତ ଋଣ ମହଙ୍ଗା ହେବ ବୋଲି ସ୍ପଷ୍ଟ ଜଣାପଡ଼ିଛି । ଘର ଋଣ ଠାରୁ ଆରମ୍ଭ କରି କାର ଋଣ, ପାଠପଢ଼ା ପାଇଁ ଶିକ୍ଷା ଋଣ କିସ୍ତି ମହଙ୍ଗା ହେବ ବୋଲି କହିଛି ଆରବିଆଇ । ଖାଲି ସେତିକି ନୁହେଁ ପୂର୍ବରୁ ଯେଉଁମାନେ ହୋମ୍‌ ଲୋନ ନେଇ ସାରିଛନ୍ତି ସେମାନଙ୍କ ମାସିକ କିସ୍ତି ବୃଦ୍ଧି କରାଯିବ ବୋଲି ମଧ୍ୟ କୁହାଯାଇଛି । ବସିଥିବା ତିନି ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣନର ଶକ୍ତିକାନ୍ତ ଦାସ ଏପରି ନିଷ୍ପତ୍ତି ନେଇଛନ୍ତି । ଆରବିଆଇ ମୁଦ୍ରାନୀତି ବୈଠକ ୬ଜୁନରୁ ଆରମ୍ଭ ହୋଇଥିଲା । ଆଜି ଅର୍ଥାତ୍‌ ଜୁନ୍‌୮ ତାରିଖରେ ଶେଷ ହୋଇଛି  ।

Comments are closed.