ଇସ୍ତଫା ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍‌ଜିତ୍‌ ପଟେଲ

0

ମୁମ୍ବଇ . – ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍‌ଜିତ୍‌ ପଟେଲ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ସେ ନିଜ ପଦରୁ ତତ୍‌କାଳ ଓହରିଯାଇଥିବା କଥା ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ରିଜର୍ଭ ବ୍ୟାଙ୍କରେ କାମ କରିବା ତାଙ୍କ ପାଇଁ ସମ୍ମାନଜନକ ଥିଲା । ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କ ସମର୍ଥନ ମିଳିଥିଲା , ବିଗତ ବର୍ଷମାନଙ୍କରେ  ରିଜର୍ଭ ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀଙ୍କର କଠିନ ପରିଶ୍ରମ ଓ ସମର୍ଥନ ଯୋଗୁଁ ଅନେକ ସଫଳତା ମିଳିଥିବା କଥା ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ ତାଙ୍କ ସହକର୍ମୀମାନେ ସଫଳତା ପାଆନ୍ତୁ ବୋଲି ସେ କାମନା କରିଛନ୍ତି ।

ସୂଚନାଯୋଗ୍ୟ କିଛି ଦନ ଧରି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିବା କଥା ଚର୍ଚ୍ଚା ହୋଇଥିଲା । ଉର୍‌ଜିତ୍‌ ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ବି ହୋଇଥିଲା ।

Leave A Reply