ନନ୍ଦନ ନିଲେକାନି ହେଲେ ଆରବିଆଇ ଡିଜିଟାଲ ପେମେଣ୍ଟ ପ୍ୟାନେଲ୍‌ ମୁଖ୍ୟ

0

ମୁମ୍ବାଇ .–  ନନ୍ଦନ ନଲେକାନି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଡିଜିଟାଲ ପେମେଣ୍ଟ ପ୍ୟାନେଲର ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ।  ପୂର୍ବରୁ ସେ ଆଧାର ପ୍ରସ୍ତୁତ କରୁଥିବା ୟୁଆଇଡିଆର ମୁଖ୍ୟ ଥିଲେ । ନନ୍ଦନ ନଲେକାନି  ଡିଜିଟାଲ ପେମେଣ୍ଟ ପ୍ୟାନେଲର ୫ ଜଣିଆ ସଦସ୍ୟଙ୍କର ମୁଖ୍ୟ ହେବେ । ଦେଶରେ ଡିଜିଟାଲ କାରବାର କିପରି ବୃଦ୍ଧି କରାଯାଇ ପାରିବ ସେ ବିଷୟରେ ବିଭିନ୍ନ ପରାମର୍ଶ ଦେବେ ।

ଏହି ପ୍ୟାନେଲରେ ଆରବିଆର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ଏଚ୍‌ଆର୍‌ ଖାନ୍‌, ବିଜୟ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦେଶକ କିଶୋର ସାନସି,  ସୂଚନା ପ୍ରଦ୍ୟୋଗିକ ଓ ଇସ୍ପାତ ମନ୍ତ୍ରାଳୟର ପୂର୍ବତନ ସଚିବ ଅରୁଣା ଶର୍ମା  ଓ ସଞ୍ଜୟ ଜୈନ ଏହାର ସଦସ୍ୟ ଅଛନ୍ତି ।

ପ୍ୟାନେଲ  ୯୦ ଦନି ମଧ୍ୟରେ ନିଜର ପ୍ରଥମ ରିପୋର୍ଟ ପ୍ରଦାନ କରିବ ।

Leave A Reply