ପୁଣି ରେପୋ ରେଟ୍‌ ହ୍ରାସ କଲା ଆରବିଆଇ

ମୁମ୍ବଇ: ଅର୍ଥବ୍ୟବସ୍ଥାକୁ ନୂଆ ଗତି ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶୁକ୍ରବାର କ୍ରମାଗତ ୫ମ ଥର ଲାଗି ରେପୋ ରେଟ୍‌ ହ୍ରାସ କରିଛି। ଆରବିଆଇ ମୁଦ୍ରା ନୀତି ସମିତି(ଏମପିସି)ର ସମୀକ୍ଷା ବୈଠକରେ ରେପୋ ରେଟ୍‌ ୨୫ ବେସିସ ପଏଣ୍ଟ ହ୍ରାସ କରିବା ନେଇ ଘୋଷଣା କରିଛି। ଫଳରେ ଚଳିତବର୍ଷ ରେପୋ ରେଟ୍‌ ମୋଟ ୧୩୫ ବେସିସ୍‌ ପଏଣ୍ଟ କମିଛି। ବର୍ତ୍ତମାନ ରେପୋ ରେଟ୍‌ ୫.୧୫ ପ୍ରତିଶତରେ ପହଞ୍ଚିଛି। ବିଗତ ୯ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ରେପୋ ରେଟ୍‌ ଏତେ ପରିମାଣରେ ହ୍ରାସ ପାଇଛି। ଅନ୍ୟପଟେ ରିଭର୍ସ ରେପୋ ରେଟ୍‌ ୪.୯ ପ୍ରତିଶତ ଏବଂ ବ୍ୟାଙ୍କ ରେଟ୍‌ ୫.୪୦ ପ୍ରତିଶତ କରାଯାଇଛି। ସେହିପରି ଆରବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଡିପି ଆକଳନ ୬.୯ରୁ ହ୍ରାସ କରି ୬.୧ ପ୍ରତିଶତ କରାଯାଇଛି। ଏହାବ୍ୟତୀତ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଜିଡିପି ଆକଳନ ୭.୧ ପ୍ରତିଶତ ରହିଛି।

Comments are closed.