ଚେତାବନୀ ଦେଲା ରିଜର୍ଭ ବ୍ୟାଙ୍କ: ନୋଟ୍ ଜରିଆରେ ବି ବ୍ୟାପିପାରେ କରୋନା ଭାଇରସ

ନୋଟ୍ ମାଧ୍ୟମରେ ବି କରୋନା ଭୂତାଣୁ ସଂକ୍ରମଣ ହୋଇପାରେ । ନୋଟ ଜରିଆରେ ଭୂତାଣୁ ଜଣକଠାରୁ ଅନ୍ୟଜଣକୁ ସଂକ୍ରମିତ କରିପାରେ, ଅନ୍ୟର ଶରୀରରେ ପ୍ରବେଶ କରିପାରେ । କରୋନା ସଂକ୍ରମିତ ବ୍ୟକ୍ତି ଛୁଇଁଥିବା ନୋଟକୁ ଅନ୍ୟ ବ୍ୟକ୍ତି ଧରିଲେ ସଂକ୍ରମଣ ହେବା ସମ୍ଭାବନା ରହିଛି । ତେଣୁ ଏ କ୍ଷେତ୍ରରେ ସାବଧାନ ରହିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ  କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) କୁ ପରାମର୍ଶ ଦେବା ସହ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ଵ ଦେଇଛି ।

କନଫେଡେରେସନ୍ ଏକ ବିବୃତିରେ କହିଛି ଯେ  ନୋଟ୍ କରୋନା ଭୂତାଣୁର ବାହକ ହେବାର ଆଶଙ୍କା ରହିଛି | ତେଣୁ ଏହାକୁ ଏଡାଇବା ପାଇଁ ଡିଜିଟାଲ ପେମେଣ୍ଟ ଅଧିକରୁ ଅଧିକ ବ୍ୟବହୃତ ହେବା ଉଚିତ | କରୋନା ଭାଇରସ୍ ମହାମାରୀର ପ୍ରସାରକୁ ରୋକିବା ପାଇଁ ଜନସାଧାରଣ ବିଭିନ୍ନ ଅନଲାଇନ୍ ଡିଜିଟାଲ୍ ଚ୍ୟାନେଲ୍ ଯଥା ମୋବାଇଲ୍ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ଇତ୍ୟାଦି ମାଧ୍ୟମରେ ଘରେ ପଇଠ କରିପାରିବେ |

କରୋନା ଜୀବାଣୁ ନୋଟ୍ ମାଧ୍ୟମରେ ବିସ୍ତାର ହୋଇପାରେ, ତେଣୁ ଅତିରିକ୍ତ ସତର୍କତା ଆବଶ୍ୟକ  | ତେଣୁ ନୋଟ୍ ଉପରେ ହାତ ରଖିବା ପରେ ହାତ ଧୋଇବା ଓ ବିଶୋଧନ କରିବା ଆବଶ୍ୟକ। ଏହ ସହିତ  ନୋଟ୍ ଉପରେ ସାନିଟାଇଜର ମଧ୍ୟ ସ୍ପ୍ରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Comments are closed.