ରିଜର୍ଭ ବ୍ୟାଙ୍କ୍‍ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ : ରେପୋ ଓ ରିଭର୍ସ ରେପୋ ରେଟ୍‍ ପରିବର୍ତ୍ତିତ

ନୂଆଦିଲ୍ଲୀ :  ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଶୁକ୍ରବାର ଏହାର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ପ୍ରକାଶ କରିଛି। ମୁଦ୍ରାନୀତି ସମୀକ୍ଷାରେ ସୁଧ ହାରଗୁଡ଼ିକୁ ଅପରିବର୍ତ୍ତିତ ରଖାଯାଇଛି। ରେପୋ ରେଟ୍‍ ପୂର୍ବର ସେହି ଶତକଡ଼ା ୪ ଭାଗ ଥିବା ବେଳେ ରିଭର୍ସ ରେପୋ ରେଟ୍‍ ମଧ୍ୟ ଶତକଡ଼ା ୩ .୩୫ ଭାଗରେ ଅପରିବର୍ତ୍ତିତ ରହିଛି। କୋଭିଡ-୧୯ ଦୃଷ୍ଟିରୁ ଭାରତୀୟ ଅର୍ଥନୀତି ଉପରେ ଅଧିକ ଚାପ ପଡ଼ୁଥିବାରୁ ରିଜର୍ଭ ବ୍ୟାଙ୍କ୍‍ ଚଳିତ ବର୍ଷ ଓ ଆସନ୍ତା ବର୍ଷ ଏହାର ମୁଦ୍ରାନୀତିକୁ ପରିସ୍ଥିତି ସୁହାଇବା ଭଳି କରିବ।

ରିଜର୍ଭ ବ୍ୟାଙ୍କ୍‍ ଦ୍ୱାରା ଶୁକ୍ରବାର ଏକ ବଡ଼ ଧରଣର ଘୋଷଣା ସ୍ୱରୂପ ଗଭର୍ଣ୍ଣର୍‍ ଶକ୍ତିକାନ୍ତ ଦାସ ଆସନ୍ତା ଡିସେମ୍ବର ମାସରୁ ଗୋଟିଏ ବ୍ୟାଙ୍କ୍‍ରୁ ଅନ୍ୟ ଗୋଟିଏ ବ୍ୟାଙ୍କ୍‍କୁ ପାଣ୍ଠି ସ୍ଥାନାନ୍ତରଣ ପାଇଁ ଆରଟିଜିଏସ୍‍ ବ୍ୟବସ୍ଥାକୁ ୨୪ ଘଣ୍ଟା କାର୍ଯ୍ୟକାରୀ କରାଯିବାକୁ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, ରିଜର୍ଭ ବ୍ୟାଙ୍କ୍‍ ବଜାରର ଚାହିଦା ଅନୁସାରେ ଆହୁରି ଅଧିକ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛି।

Comments are closed.