ପୂଜାଋତୁ :୩୬,000 କୋଟି ଟଙ୍କାର ନଗଦ ଛାଡିବ ଆରବିଆଇ

0

ନୂଆଦିଲ୍ଲୀ : ଅକ୍ଟୋବର ମାସ ଆରମ୍ଭରୁ ଦେଶରେ ଆରମ୍ଭ ହୋଇଯାଇଛି ପୂଜାଋତୁ । ବଜାରରେ ଏଥି ପାଇଁ ବ୍ୟାପକ ନଗଦ ଅର୍ଥର ଚାହିଦା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଅର୍ଥନୀତି ମଧ୍ୟକୁ ୩୬ ହଜାର କୋଟି ଟଙ୍କାର ନଗଦ ଅର୍ଥ ଛାଡ଼ିବାପାଇଁ ଘୋଷଣା କରିଛି। ସରକାରୀ ବଣ୍ଡ୍‍ କିଣା ମାଧ୍ୟମରେ ଏହି ନଗଦ ଛଡ଼ାଯିବ। ରିଜର୍ଭ ବ୍ୟାଙ୍କ୍‍ ଏକ ଇସ୍ତାହାରରେ କହିଛି ଯେ, ନଗଦ ଆବଶ୍ୟକତାକୁ ଅଟକଳ କରାଯିବା ପରେ ଖୋଲା ବଜାର ପରିଚାଳନା ଅଧୀନରେ ସରକାରୀ ଅଂଶଧନ କିଣାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସରକାରୀ ବଣ୍ଡ୍‍ କିଣିବାପାଇଁ ଅକ୍ଟୋବର ମାସ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସପ୍ତାହରେ ନିଲାମ କରାଯିବ।

Leave A Reply