ଆଉ ୫ ହଜାର କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ ପ୍ରକ୍ରିୟାକୁ ଅନୁମୋଦନ କରିଛି ଭାରତୀୟ ରିଭର୍ଭ ବ୍ୟାଙ୍କ। ଲାଭାଂଶ ବାବଦରେ ୪୫ ହଜାର କୋଟି ଟଙ୍କା ଦେବା ପାଇଁ ଆରବିଆଇ ବଜେଟ୍‍ରେ ବ୍ୟବସ୍ଥା କରାଯାଇଥିବା ବେଳେ ଆଉ ଅଧିକ ୫ ହଜାର କୋଟି ଟଙ୍କା ଦେବା ପାଇଁ ଆରବିଆଇ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ବାବଦ ଅର୍ଥ ରାଶି କେନ୍ଦ୍ର ସରକାର ପାଇସାରିଛନ୍ତି। ତେଣୁ ଅବଶିଷ୍ଟାଂଶ ରାଶି ଦେବା ପାଇଁ ଆରବିଆଇ ଗତ ୮ ତାରିଖରେ ଘୋଷଣା କରିଛି।
ଗତ ବର୍ଷ ଲାଭାଂଶ ବାବଦରେ ଆରବିଆଇ ୫୮ ହଜାର କୋଟି ଟଙ୍କା ଦେବାକୁ ବଜେଟ୍‍ ବ୍ୟବସ୍ଥା ହୋଇଥିବା ବେଳେ ମାତ୍ର ୩୦,୬୫୯ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେଇଥିଲା। ବିମୁଦ୍ରାକରଣ ପରେ ଅତିରିକ୍ତ ନୋଟ୍‍ ମୁଦ୍ରଣ ଓ ପ୍ରସାରଣ ଯୋଗୁଁ ଆରବିଆଇ ଅତିରିକ୍ତ ବ୍ୟୟ କରିଥିବାରୁ ଲାଭାଂଶ ପରିମାଣ ହ୍ରାସ ପାଇଥିଲା ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ କହିଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ଆରବିଆଇ ଲାଭାଂଶ ବାବଦରେ ୬୫,୮୭୬ କୋଟି ଟଙ୍କା ଦେଇଥିଲା।

Leave A Reply