ଋଣ ଅଂଶଧନରେ ପୁଞ୍ଜି ନିବେଶ ପାଇଁ ଅନୁମତି ଦେବ ରିଜର୍ଭ ବ୍ୟାଙ୍କ

ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଓ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଦ୍ୱାରା ଜାରି ଋଣ ଅଂଶଧନରେ ପୁଞ୍ଜି ନିବେଶ କରିବାକୁ ଭାରତୀୟ ରିଜର୍ବ ବ୍ୟାଙ୍କ ବିଦେଶୀ ପୋର୍ଟଫୋଲିଓ ପୁଞ୍ଜି ନିବେଶକାରୀଗୁଡ଼ିକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି। ଏହି ପଦକ୍ଷେପ ସତ୍ତ୍ୱାଧିକାର ପୁଞ୍ଜି ଓ ନଗଦୀ ଆକୃଷ୍ଟ କରିବାର ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯ କେନ୍ଦ୍ର ବଜେଟରେ ବିଦେଶୀ ପୁଞ୍ଜି ନିବେଶକାରୀଗୁଡ଼ିକୁ ରିଅଲ ଇଷ୍ଟେଟ ନିବେଶ ଟ୍ରଷ୍ଟ ଓ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟଗୁଡ଼ିକରେ ପୁଞ୍ଜି ନିବେଶ କରିବାକୁ ଅନୁମତି ପ୍ରଦାନ କରିଥିଲେ। ରିଜର୍ବ ବ୍ୟାଙ୍କ ଏଭଳି ପୁଞ୍ଜି ନିବେଶକୁ ଅନୁମତି ଦେବା ପାଇଁ ବର୍ତ୍ତମାନ ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା ଆଇନ-୨୦୨୧ରେ ସଂଶୋଧନ କରିଛି।

Comments are closed.