ବଜାରରୁ ଋଣ ଉଠାଇବା, ଓଡ଼ି କରିବାକୁ ରାଜ୍ୟଗୁଡିକୁ ମିଳିଲା ଅଧିକ ମହଲତ

ଭୁବନେଶ୍ୱର : ବଜାରରୁ ଋଣ ଉଠାଇବା ଏବଂ ଓଭର ଡ୍ରାଫ୍ଟ (ଓଡ଼ି) କରିବା ପାଇଁ ରାଜ୍ୟଗୁଡିକୁ ଅଧିକ ସମୟ ମିଳିଛି । କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଥିପାଇଁ ରାଜ୍ୟଗୁଡିକୁ ଅଧିକ ମହଲତ ଦେଇଛି । ଏହି ଅନୁଯାୟୀ ବଜାରରୁ ଋଣ ଉଠାଇବା ଏବଂ ଓଡି କରିବା ପାଇଁ ରାଜ୍ୟଗୁଡିକୁ ଅତିରିକ୍ତ ୬ ମାସ ସମୟସୀମା ଦେଇଛି ରିଜର୍ଭ ବ୍ୟାଙ୍କ । କୋଭିଡ ପରିପ୍ରେକ୍ଷୀରେ ଆର୍ଥିକ ସମସ୍ୟା ସହ ଯୁଝୁଥିବା ରାଜ୍ୟଗୁଡିକୁ ସହାୟତା ଦେବାପାଇଁ ଆରବିଆଇ ଏହି ପଦକ୍ଷେପ ଗ୍ରହଣ କରିିିଛି ।  କୋଭିଡ-୧୯ ସଂକଟର ମୁକାବିଲା କରିବା ପାଇଁ ଚଳିତବର୍ଷ ଏପ୍ରିଲରେ କେନ୍ଦ୍ରୀୟ ବ୍ୟାଙ୍କ ରାଜ୍ୟ ଏବଂ କେନ୍ଦ୍ର ଶାସିତଅଞ୍ଚଳଗୁଡିକ ପାଇଁଁ  ଅର୍ଥ ଉଠାଇବା ନିମନ୍ତେ ଅତିରିକ୍ତ ସୁବିଧା ଘୋଷଣା କରିଥିଲା। ଏହି ସୁବିଧାର ଅବଧି ସେପ୍ଟେମ୍ବର ୩୦ ଯାଏ ରହିଥିଲା । ଏବେ ଏହାକୁ ଆଉ ଛଅ ମାସ ଅର୍ଥାତ ୨୦୨୧ ମାର୍ଚ୍ଚ ୩୧ ଯାଏ ବଢ଼ାଇ ଦିଆଯାଇଛି ।

Comments are closed.