ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ, କମିବ ରେପୋ ହାର

ନୂଆଦିଲ୍ଲୀ : ଏକ ଗୁରୁତ୍ୱପୂର୍ଣ ଘଟଣାକ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ଦ୍ୱିମାସିକ ମୁଦ୍ରାନୀତି କମିଟି (ଏମପିସି) ବୈଠକ ଆଜିଠାରୁ ଆରମ୍ଭ ହୋଇଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତଥର କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ବା ପ୍ରମୁଖ ସୁଧହାରରେ ହ୍ରାସ ଘଟାଇବା ସମ୍ଭାବନା ରହିଛି । ଛଅ ସଦସ୍ୟ ବିଶିଷ୍ଟ ଏମପିସିର ବୈଠକ ଆସନ୍ତା ଗୁରୁୁୁବାର ସମାପ୍ତ ହେବ । ଏମପିସିର ଏହା ହେଉଛି ୨୪ତମ ବୈଠକ । ସୂଚନାଯୋଗ୍ୟ ମାର୍ଚ୍ଚ ଏବଂ ମେ ରେ ଅନୁଷ୍ଠିତ ଏମପିିିସି ବୈଠକରେ ରେପୋ ହାରରେ ମୋଟ ୧.୧୫% ହ୍ରାସ ହୋଇଥିଲା ।

Comments are closed.