ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଘଟଣା : ୬ ଜଣଙ୍କୁ ଗିରଫ

ଗୁଣପୁର : ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଥିବା ମାମାଲାରେ ରାୟଗଡା ଜିଲା ପଦ୍ମପୁର ପୁଲିସ ପାଜିଲିବନ୍ଧ ଗାଁର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୋକମାନେ ହେଲେ ପାଜିଲିବନ୍ଧ ଗାଁର ବିଷ୍ଣୁ ଶବର(୨୫), ଈଶ୍ୱର ଶବର(୨୦), ଫଲଗୁନି ଶବର,(୪୩), କେଶବ ଶବର(୪୦) ଜଗବନ୍ଧୁ ଶବର(୩୨), ରାଜୁ ଶବର(୨୫)। ପଦ୍ମପୁର ଥାନାରେ  ହତ୍ୟାକାଣ୍ଡରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିବା ଅନୁସନ୍ଧାନ ଜାରି ରହିଛି। ହତ୍ୟା, ଯୋଜନା ବଦ୍ଧ ଭାବେ କାଣ୍ଡ ନିଭାଇବା, ପ୍ରମାଣ ନଷ୍ଟ କରିବା ଭଳି ମାମାଲା ରହିଥିବା ବିଷମ କଟକ ଏସଡିପିଓ ଆକାଶ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ। ଏହି ମାମଲାର ତଦନ୍ତ ପଦ୍ମପୁର ଥାନା ଆଇଆଇସି ସଞ୍ଜୟ କୁମାର ନାୟକ କରୁଛନ୍ତି। ତେବେ ଏହି ମାମାଲାର ତଦନ୍ତ ଚାଲୁ ରହିଥିବା ଓ ଏଥିରେ ସହଯୋଗ କରିଥିବା ଲୋକଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ପକ୍ଷରୁ କୁହାଯାଇଛି। ଗିରଫ ସମସ୍ତ ୬ଜଣ ବାହାରକୁ ଚାଲି ଯିବାକୁ ଉଦ୍ୟମ କରୁଥିବା ସମୟରେ ଗୁଇବନ୍ଧ ନିକଟରୁ ଧାରା ଯାଇଥିବା ପୁଲିସ କହିଛି।

Comments are closed.