ରାୟଗଡା ସିଡିଏମଓ ନିଲମ୍ବିତ

କଲ୍ୟାଣସିଂହପୁର : ପ୍ରଳୟକଙ୍କାରୀ ସାମୁଦ୍ରିକ ବାତ୍ୟା ‘ଫନି’କୁ ନେଇ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସୂଚନା ଅନୁସାରେ ଚାକିରିରେ ଯୋଗ ଦେଇ ନଥିବାରୁ ଏସଆରସି ରାୟଗଡା ସିଡିଏମଓ ଡାକ୍ତର ଶିବପ୍ରସାଦ ପାଢୀଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କ ସ୍ଥାନରେ ବର୍ତ୍ତମାନ ଏଡିଏମଓ ଡାକ୍ତର ଶକ୍ତି ମହାନ୍ତିଙ୍କୁ ସିଡିଏମଓ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ଡାକ୍ତର ପାଢୀ କିଛିଦିନ ପୂର୍ବରୁ ଛୁଟି ନେଇ ରାଜ୍ୟ ବାହାରକୁ ଯାଇଥିଲେ। ସାମୁଦ୍ରିକ ଝଡ ‘ଫନି’ ଆସିବାରୁ ରାଜ୍ୟ ସରକାର ଛୁଟି ବାତିଲ କରିଥିଲେ। ସେ କାର୍ଯ୍ୟରେ ଯୋଗ ନଦେଇଥିବାରୁ ତାଙ୍କୁ ଗୁରୁବାର ନିଲମ୍ବନ କରାଯାଇଛି।

Comments are closed.