ରାୟଗଡ଼ା ଡେପୁଟି କଲେକ୍ଟର ନିଲମ୍ବିତ

ରାୟଗଡା: ରାୟଗଡା ମୁଖ୍ୟାଳୟରେ ଅବସ୍ଥାପିତ ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଲମ୍ବନ କରାଯାଇଛି। କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକରେ ଡେପୁଟେସନରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ଜେନାଙ୍କୁ କାର୍ଯ୍ୟରେ ଅବହେଳା ଦର୍ଶାଇ ନିଲମ୍ବନ ଆଦେଶ ଦିଆଯାଇଥିବା କୁହାଯାଉଥିବାବେଳେ ଏ ନେଇ ସ୍ପଷ୍ଟ ସୂଚନା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। ସୋମବାର ଜାରି ଚିଠି ସଂଖ୍ୟା ୨୪୬୪୬ ଅନୁଯାୟୀ ଏହି ନିଲମ୍ବ ଆଦେଶ ବଳବତ୍ତର ରହିଥିବା ଯାଏ ରାୟଗଡା ମୁଖ୍ୟାଳୟ ଛାଡି ନ ଯିବା ପାଇଁ ତାଙ୍କୁ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Comments are closed.