ଲକ୍‍ଡାଉନ୍‍ବେଳେ ହୋଇଥିଲା ନାଳ ସଫେଇ, ତିନି ମାସ ହେଲା ମିଳିଲାନି ପ୍ରାପ୍ୟ

ରାୟଗଡା: କରୋନା ଲଢେଇରେ ଯୋଦ୍ଧା ରୂପେ ଅଭିୟତ ସଫେଇ କର୍ମଚାରୀଙ୍କୁ ପୌରପ୍ରଶାସନର ଉଦାସିନତା। ତିନିମାସ ପୂର୍ବେ ନାଳ ସଫେଇ କରିଥିବା ସ୍ୱୟଂ ଶାସିତ ଗୋଷ୍ଠୀ ସଦସ୍ୟାଙ୍କୁ ମିଳୁନି ପ୍ରାପ୍ୟ। ଟଙ୍କା ନଦେଇ ଠକୁଛ ପୌରପାଳୀକା ବୋଲି ସ୍ୱୟଂ ଶାସିତ ଗୋଷ୍ଠୀ ସଦସ୍ୟା ଅଭିଯୋଗ କରିଛନ୍ତି । କରୋନା କାଳରେ ଗରିବ ପରିବାର ଲୋକେ ଆର୍ôଥକ ଅନାଟନ ଯୋଗୁଁ ଦୁର୍ବିସହ ଜୀବନ ଅତିବାହିତ କରୁଛନ୍ତି। କୁଲି ମଜୁରୀ ନମିଳିବାରୁ ଓଳିଏ ଖାଇଲେ ଆଉ ଅନ୍ୟ ଓଳି ଉପବାସରେ ଦିନ ଅତିବାହିତ କରୁଛନ୍ତି। ଏଭଳି ସମୟରେ ଦୁଇ ପଇସା ଉପାର୍ଜନର କରିବାର ଆଶା ଦେଖାଇଥିଲା ରାୟଗଡା ପୌରପ୍ରଶାସନ। ପୌରପାଳିକା ଅଧୀନ ଭିମାସାହିବାସୀ ଆଦିବାସୀ ସ୍ୱୟଂ ସାହିକା ଗୋଷ୍ଠୀଙ୍କୁ ଲକଡାଉନ ବେଳେ ନାଳ ସଫେଇ କାମ ଯୋଗାଇ ଦିଆଯାଇଥିଲା। ବଦଳରେ ନିୟୋଜିତ ଶ୍ରମିକଙ୍କୁ ସପ୍ତାହକ ଭିତରେ ମଜୁରୀ ବାବଦକୁ ଟଙ୍କା ମଧ୍ୟ ଦେବାକୁ ପ୍ରତିଶୃତି ଦେଇଥିଲେ ପୌରପାଳୀକା କର୍ମଚାରୀ। ହେଲେ ସପ୍ତହ ବିତି ମାସ ଶେଷ, ଏବେ ତିନିମାସ ହେଲାଣି। କିନ୍ତୁ ଏଯାଏବତ ଏହି ଶ୍ରମିକଙ୍କୁ ପୌରପ୍ରଶାସନ ଅଧିକାରୀ ଟଙ୍କାଟେ ହେଲେ ଦେଇନଥିବା ସ୍ୱୟଂ ଶାସିତ ଗୋଷ୍ଠୀ ସଦସ୍ୟା ଅଭିଯୋଗ କରିଛନ୍ତି।
ମହାମାରୀ ବେଳେ ଲୋକେ ଘରୁ ପଦାକୁ ବାହାରୁ ନଥିବା ସ୍ଥଳେ ନିଜ ଜୀବନକୁ ବାଜି ଲଗାଇ ସହରବାସୀଙ୍କୁ ସେବା ଯୋଗେଇ ଆସିଥିବା ମହିଳା ସଫେଇ କର୍ମଚାରୀଙ୍କୁ ନିଜ ପରିବାର ପ୍ରତିପୋଷଣ କରିବାକୁ ଏବେ ନୟାନ୍ତ ହେବାକୁ ପଡିଛି। ବାରମ୍ବାର ପୌରପାଳୀ କର୍ମଚାରୀ ଓ ବ୍ୟାଙ୍କକୁ ଧାଇଁଧାଇଁ ଶେଷରେ ଟଙ୍କା ପାଇବା ଆଶା ଛାଡି ସାରିଲେଣି। କିନ୍ତୁ ସରକାରୀ କର୍ମଚାରୀଙ୍କ ନିଦ ଏବେସୁଦ୍ଧା ଭାଙ୍ଗିନଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଲକଡାଉନରେ ବଞ୍ଚିବାରହା ନପାଇ ପରିବାର ଚଳାଇବା ବୋଝରେ ଭାରକ୍ରାନ୍ତ ହୋଇପଡି ଡ୍ରେନ ସଫେଇ କରିବାକୁ ଆଗେଇ ଆସିଥିଲେ ଏହି ସ୍ୱୟଂ ଶାହିକା ଗୋଷ୍ଠୀ। ମହାମାରୀ ସଂକ୍ରମଣ ହେବାର ତିଳେମାତ୍ର ଭୟନକରି ସହରବାସୀଙ୍କୁ ସେବା କରିବା ଉଦ୍ଦେଶ୍ୟରେ ୨୪ଦିନ ଝାଳବୁହା କଷ୍ଟ କରି ସହରର ବିଭିନ୍ନ ସ୍ଥାନରେ ଡ୍ରେନ ସଫେଇ କାମ କରିଥିଲେ। ରାୟଗଡାବାସୀ ଉଠିବା ପୂର୍ବରୁ ନିଜ କାମରେ ଯୋଗଦେଇଥାନ୍ତି ଗୋଷ୍ଠୀ ସଦସ୍ୟ। ମୋଟ ୧୭ବ୍ୟକ୍ତି ୧୧ଜଣ ମହିଳା ଓ ୬ଜଣ ପୁରୁଷ ମିଳିମିଶି ନଳ ସଫେଇ କାର୍ଯ୍ୟ କରିଥିବା ନେଇ ଜଣାଯାଇଛି। ସମ୍ପ୍ରତି ଏ ନେଇ ପୌରପାଳିକା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସମ୍ପୃକ୍ତ ସଫେଇ କରିଥିବା ସ୍ୱୟଂ ଶାସିତ ଗୋଷ୍ଠୀ ସଦସ୍ୟାଙ୍କ ଟଙ୍କା ମଞ୍ଜୁର ହୋଇସାରିଛି। ବିଭିନ୍ନ ପର୍ଯ୍ୟାୟ ହୋଇ ଏହି ଟଙ୍କା ସେମାନଙ୍କ ନିକଟକୁ ଯାଉଥିବାରୁ ଏହି ଅଳ୍ପ ସମୟ ବିଳ୍ୱ ହେଉଛି। ଖୁବଶିଘ୍ର ଉକ୍ତ ସଦସ୍ୟାଙ୍କୁ ଟଙ୍କା ମିଳି ଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ଶତପଥି ସୂଚନା ଦେଇଛନ୍ତି।

Comments are closed.