ବସ୍‌ ଓଲଟି ଜଣେ ମୃତ, ୩୦ ଆହତ

ରାୟଗଡ଼ା: ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତର ଓ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣକ ମହିଳା ବୋଲି ଜଣାପଡ଼ିଛି । ସୂଚନା ମୁତାବକ ବସରେ ମୋଟ୍ ୪୦ ଜଣ ଯାତ୍ରୀ ଥିଲେ । ବସଟି ପାରଳାଖେମୁଣ୍ଡିରୁ ଯାତ୍ରୀ ମାନଙ୍କୁ ଧରି ଉମରକୋଟ ଯାଉଥିଲା ।

Comments are closed.