ଇଚ୍ଛା ଥିଲେ ସବୁ ସମ୍ଭବ: ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାର ଯୋଗାଇଛନ୍ତି ଟୁବୁରୁ

ଚାଷ କାମ ଯାହାର କି ଆନନ୍ଦ ତାହାର। ଏହାକୁ ଅନୁସରଣ କରି ଚାଲିଛନ୍ତି ଟୁବୁରୁ। ବାପା ଚାଷୀ ହୋଇଥିବାରୁ ସେ ମଧ୍ୟ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରି କରି ନିଜେ ମଧ୍ୟ ଚାଷୀ ହୋଇଛନ୍ତି। ବୟସ ହେବା ଠାରୁ ନିଜର ୫ ଏକର ଜମିରେ ଚାଷ କରୁଛନ୍ତି। ଏଥିସହ ଭାଗରେ ମଧ୍ୟ ଧାନ ଓ କପା ଚାଷ କରୁଛନ୍ତି। ଦିନ ମଜୁରିଆ ଅଭାବ ଓ ନିଜ ଗାଁ ଲୋକ ଦିନ ମଜୁରିଆ ହୋଇଥିବା ଯୋଗୁଁ ଟୁବୁରୁଙ୍କ ଜମିରେ କାମ କରିନ୍ତି। ଏହାରି ଭିତରେ ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ୍‍ ଖାମ୍ୱାଗୁଡା ଗାଁର ଟୁବୁରୁ ଜଣେ ଅଗ୍ରଣୀ ଚାଷୀ ଭାବେ ବ୍ଳକ୍‍ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିବା କୃଷି ଅଧିକାରୀ କହିଛନ୍ତି ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସକାଳୁ ସକାଳୁ ପରିବା କ୍ଷେତ କାମରେ ଲାଗିଛନ୍ତି। ଆଉ ନିଜ ପରିଶ୍ରମରେ ଫଳାଇଥିବା ପରିବା କ୍ଷେତରୁ ବାହାର କରୁଛନ୍ତି ପରିବା। ଇଏ ହେଉଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ୍‍ ଖାମ୍ୱାଗୁଡା ଗାଁର ଟୁବୁରୁ କରକରିଆଙ୍କ ପରିବା କ୍ଷେତର ଦୃଶ୍ୟ। ଚଳିତ ବର୍ଷ ମଧ୍ୟ ବାଇଗଣର ଚାହିଦା ଭଲ ରହିଛି। ଆଉ ତାସାଙ୍ଗକୁ ବାଇଗଣ ମଧ୍ୟ ଭଲ ଅମଳ ହୋଇଛି। ଆଉ ଲଗାଇ ଥିବା ଅର୍ଥରୁ ମଧ୍ୟ ଲାଭ ପାଇଛନ୍ତି। ନିଜ ପରିବାର ସହ ଗାଁ ଲୋକ ମଧ୍ୟ କାମ ଅଭାବରୁ ଏହି ଜମିରେ କାମ କରି ଦୁଇ ପଇସା ଉପାର୍ଜନ କରନ୍ତି।

ପିଲା ଦିନରୁ ଚାଷ ପ୍ରତି ଦୁର୍ବଳତା ଥିବା ଓ ଅଳ୍ପ ବିଦ୍ୟା ଯୋଗୁଁ ଚାଷ ପ୍ରତି ମୁହାଇଲେ ସେ। ନିଜେ ବଞ୍ଚିବା ସହ ଅନ୍ୟମାନଙ୍କ ପାଇଁ କର୍ମ ଯୋଗାଇଛନ୍ତି। କେବଳ ବାଇଗଣ ନୁହେଁ, ନିଜ ଜମିରେ ମାଛ ବନ୍ଧ, ଇଟା ତିଆରି କରିବା ସହ ଭାଗରେ ଧାନ ଚାଷ ଓ କପା ଚାଷ ମଧ୍ୟ କରନ୍ତି। ଆଉ ବୈଷୟିକ କୃଷି ଜ୍ଞାନ କୌଶଳରେ ଚାଷ କରି ଜଣେ ସଫଳ ଚାଷୀ ଭାବେ ବ୍ଳକ୍‍ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିବା କୃଷି ଅଧିକାରୀ କହିଛନ୍ତି। ଚାଷ ପ୍ରତି ତାଙ୍କର ନିଷ୍ଠା ଓ ସଫଳତା ଚାଷ ପ୍ରତି ବିମୁଖ ହେଉଥିବା ଲୋକଙ୍କ ପାଇଁ ପାଲଟିଛି ପ୍ରେରଣା।

Comments are closed.