ଖୋଲା ଆକାଶ ତଳେ ପଡି ରହିଛି ଶହଶହ ସାର ବସ୍ତା

ରାୟଗଡ/ଗଜପତି: ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦର ମହକୁମା ନିକଟ ମହେନ୍ଦ୍ର ତନାୟ ନଦୀ ନିକଟରେ ଥିବା ରାୟଗଡ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପଛ ବାଉଣ୍ଡରୀ ପୁଲିସ କ୍ୱାଟର ସାମ୍ନା ଲଟା ବୁଦା ଜାଗାରେ ଖୋଲା ଆକାଶ ତଳେ ଶହଶହ ସାର ବସ୍ତା ପଡି ଥିବାର ଦେଖିବାକୁ ମେଳିଛି। ଏହି ସାର ବସ୍ତା ସବୁ କୃଷକ ମାନଙ୍କ ଉଦ୍ୟାନ ବିଭାଗୀୟ କୃଷି କ୍ଷେତ୍ରରେ ଯଥା ଆମ୍ବ,ପଣସ, କାଜୁ ଆଦି ଗଛ ନିମନ୍ତେ ସରକାର ଦେଇଥାନ୍ତି। ଖବର ନେବାରୁ ଜଣା ପଡିଛି ଯେ, ରାୟଗଡ ସରକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ବାଉଣ୍ଡରିକୁ ଲାଗି ପୁଲିସ କ୍ୱାଟର ସାମ୍ନା ଲଟାବୁଦା ମଧ୍ୟରେ ଶହ ଶହ ଅରଗା ନାଇଜର ଫରଟିଲାଇଜର ସାରବସ୍ତା ଖୋଲା ହୋଇ ବା ବସ୍ତା ସବୁ ଚିରା ହୋଇ ଖୋଲା ଆକାଶ ତଳେ ଏଣେ ତେଣ ପଡ଼ିଥିବାର ଦେଖିବାକୁ ମେଳୁଛି ।

ସାର ବସ୍ତା ସବୁ ଖରା ଓ ବର୍ଷାରେ ବାହାରେ ପଡ଼ିରହିଛି। ଯାହାଦ୍ଵାରା ସାରରେ ଥିବା ଓଷଧିୟ ଅଂଶ ସବୁ ପାଣି ପଡି ନଷ୍ଟ ହୋଇଯାଇ ଥିବ ବୋଲି ଅନୁମାନ ହେଉଛି। ବ୍ଲକ ଉଦ୍ୟାନବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ସାର ରଖିବା ପାଇଁ ଆମ ପାଖରେ ଗୋଦାମ ନାହିଁ। ସେଇଥିପାଇଁ ଆମେ ଏମିତି ରଖିଛୁ ଓ ଚାଷୀଙ୍କୁ ଦେଉଛୁ। ଏଥିରୁ ଜଣାପଡ଼ୁଛି ଯେ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ସାର ବସ୍ତା ସବୁ ଏପରି ରହୁଛି। ଯଦି ଆନ୍ତରିକତା ଥାଆନ୍ତା ହାଟପଦା ଠାରେ ଏକ ଜଗଉରେ ଏକ ଗୋଦାମ ଘର ରହିଛି। ତାହା ବି ଖାଲି ରହିଛି। ସେଠାରେ ବି ରଖି ପାରିଥାଆନ୍ତେ ।ଏହି ସରକାରୀ ଉଦ୍ୟାନ କାର୍ଯ୍ୟାଳୟ ହେବାର ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏ କାହିଁକି ଗୋଦାମ ଗୃହ ନିର୍ମାଣ କରାଯାଇ ନାହିଁ । ଖୋଲାରେ ସାର ବସ୍ତା ରଖିବା କେତେଦୁର ଯଥାର୍ଥ। ତାହା ଏଥିରୁ ଜଣାପଡୁଛି। ରାଜ୍ୟ, କେନ୍ଦ୍ର ସରକାର କୃଷିନିମନ୍ତେ କୃଷକ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ରାୟଗଡ ବ୍ଲକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ଖୋଲା ଉଲ ଘନ ହଉଥିବା ଦେଖିବାକୁ ମେଳୁଛି, ଗତ ଦିନରେ ପାଞ୍ଚ ପାଞ୍ଚ ଗୋଟି ଲଘୁଚାପ ଜନିତ ବର୍ଷା ଖରା ଶୀତ କାକର ମଧ୍ୟରେ ପଡି ରହିଅଛି ତା ଉପରେ ପାଲ ମଧ୍ୟ ଗୋଡ଼ାଇ ବା ହୋଇନି ରାୟଗଡ ବ୍ଲକ କୃଷକ ମାନଙ୍କ ପକ୍ଷରୁ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛନ୍ତି। ମୋହନା ବିଧାୟକ, ଜିଲାପରିସଦଅଧକ୍ଷା, ବ୍ଲକ ଅଧକ୍ଷ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ଅନୁରଧ କରା ଯାଉଛି । ତତ୍ ସଙ୍ଗେ ଗଜପତି ଜିଲ୍ଲା କୃଷି ଉଦ୍ୟାନ ଅଧିକାରୀ ମୋହ ଦୟ ଏହି ଘଟଣାକୁ ବିଚାର କରି ରାୟଗଡ କୃଷି ଉଦ୍ୟାନ କାର୍ଯ୍ୟାଳୟରେ ଏକ ଗୋଦାମ ଗୃହ ଯୁଦ୍ଧ କାଳୀନ ଭିତରେ କରିବା ପାଇଁଚାଷୀ ମାନେ ଦାବି ଜଣାଇଛନ୍ତି।

Comments are closed.