ବ୍ୟାଡମିଣ୍ଟନ କୋର୍ଟ ଉଦ୍ଘାଟିତ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ର ଦୁର୍ଗମ ପୁଟାସିଂ ତଥା ପୂର୍ବଘାଟ ପର୍ବତମାଳାର ଆଦର୍ଶ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପିଲାଙ୍କ ପାଇଁ ବ୍ୟାଡମିଣ୍ଟନ କୋର୍ଟ କୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିଛନ୍ତି । ଦୁର୍ଗମ ଗିରି କନ୍ଦରରେ ଆଦିବାସୀ ଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ଏହି ବିଦ୍ୟାଳୟ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ।

ଏହି କାର୍ୟ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାସ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଡ଼ିଓ ଶାନ୍ତି ପ୍ରଭା ପ୍ରଧାନ, ପିଏ ଗୋରାଚାନ୍ଦ ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିପିନ ବିହାରୀ ବିଶ୍ୱାଳ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.