ଦଳରୁ ଇସ୍ତଫା ଦେଲେ ରାୟଗଡ଼ା ଜିଲା ବିଜେଡି ସାଧାରଣ ସମ୍ପାଦକ

ଗୁଣପୁର: ଦୀର୍ଘ ୧୮ବର୍ଷ ଧରି ବିଜେଡିର ସକ୍ରିୟ କର୍ମୀ ରୂପେ କାର୍ଯ୍ୟ କରି ଆସୁଥିବା ରାୟଗଡ଼ା ଜିଲା ବିଜେଡି ସାଧାରଣ ସମ୍ପାଦକ ତଥା ସଂଗଠକ ଗୋଦାବରୀ ରାଉତ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ପ୍ରାଥମିକ ସଦସ୍ୟତା ଓ ସମ୍ପାଦକ ପଦବୀରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେ ତାଙ୍କ ଇସ୍ତଫା ପତ୍ରକୁ ଜିଲା ବିଜେଡି ସଭାପତି ସୁଧୀର ଦାସ, ରାଜ୍ୟସଭା ସଦସ୍ୟ ଏନ. ଭାସ୍କର ରାଓ, ରାୟଗଡା ଜିଲା ନିରୀକ୍ଷକ ସଞ୍ଜୟ ଦାସବର୍ମା, ମନ୍ତ୍ରୀ ଜଗନ୍ନାଥ ସାରକା,ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ନିକଟକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି।

ରାଉତ ଅଭିଯୋଗ କରିଛନ୍ତି ଯେ, ଜିଲା ସଭାପତିଙ୍କ ମନମୁଖୀ କାର୍ଯ୍ୟ, ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦିଆଯିବା, କୌଣସି କଥାକୁ ଗୁରୁତ୍ଵ ଦିଆଯାଉ ନ ଥିବାରୁ ସେ ଦଳରେ ଅସହାୟ ମନେକରି ଏହି ପଦକ୍ଷେପ ନେଇଥିବା ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ତେବେ ସେ ଅନ୍ୟ କୌଣସି ଦଳରେ ଯୋଗଦେବେ କି ନାହିଁ ସେ ସେଇ କିଛି ସ୍ପଷ୍ଟ କରିନାହାନ୍ତି। ଗତ ୨୪ ତାରିଖରେ ଉପନିର୍ବାଚନ ଥିବାରୁ ଇସ୍ତଫା ଦେଲେ କାଳେ ଦଳପ୍ରତି ଖରାପ ପ୍ରଭାଵ ପଡିବ ବୋଲି ହୃଦବୋଧ କରି ନିର୍ବାଚନ ପରଦିନ ଇସ୍ତଫା ଦେଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଜଣାଇଛନ୍ତି।

Comments
Loading...