ଜଙ୍ଗଲଜମି ପଟ୍ଟା ବଣ୍ଟନ କଲେ ଜିଲ୍ଲାପାଳ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସଦରରେ ଥିବା ତହସିଲ କାର୍ୟ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଦ୍ଵାରା ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଛି । ପୂଜାରିଗୁଡ଼ା ପଞ୍ଚାୟତର ଢ଼ିମିରିବାଡ଼ି, ଲଟାଗୁଡା ଓ ରାଉତ ପରଡିଗୁଡାର ଗ୍ରାମବାସୀଙ୍କୁ ୫୫ ଟି ଜଙ୍ଗଲଜମି ପଟ୍ଟା ବଣ୍ଟନ କରିଛନ୍ତି ଜିଲ୍ଲାପାଳ । ଏଥିରେ ତହସିଲଦାର ଦେବାଶିଷ କର, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି, ବ୍ଲକ ଜଙ୍ଗଲ ଜମି ସଂଯୋଜକ ମଦନ ସୁନ୍ଦର ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ । ଜଙ୍ଗଲ ଜମି ପଟ୍ଟା ନେଇ ନିଜ ଜମିରେ ଚାଷ କରିବାକୁ ତହସିଲଦାର ଦେବାଶିଷ କର ଗ୍ରାମବାସୀଙ୍କୁ କହିଛନ୍ତି ।

Comments are closed.