ଯୁବକଙ୍କ ଟାଙ୍ଗିଆ ଚୋଟରେ ବୁଦ୍ଧାଙ୍କ ମୃତ

କଲ୍ୟାଣସିଂହପୁର : ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ଶେରିଗୁମା ପଞ୍ଚାୟତ ଅନ୍ତର୍ଗତ ବର୍ଲାପାଇ ଗାଁରେ ରବିବାର ବିଳମ୍ବିତ ରାତିରେ ଯୁବକଙ୍କ ଟାଙ୍ଗିଆ ଚୋଟରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ନାଁ ନିଲାଇ ପିଡିତିକା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ କାଲି ବିଳମ୍ବିତ ରାତିରେ ଆପାନା କାଣିକା ନାମକ ଜଣେ ଯୁବକ ଟାଙ୍ଗିଆ ଧରି ପୋଡଶୀରେ ରହୁଥିବା ବୃଦ୍ଧା ନିଲାଇ ପିଡିତିକାଙ୍କ ଘରେ ପଶିଥିଲା। ନିଲାଇଙ୍କୁ ଶୋଇଥିବା ଅବସ୍ଥାରେ ଅଭିଯୁକ୍ତ ଆପାନା  ଟାଙ୍ଗିଆରେ ହଣି ହତ୍ୟା କରିଥିଲା। ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଯୁବକ ଜଣଙ୍କ ପାଖ ପାହାଡ ଉପରକୁ ଦୌଡି ପଳାଇଥିଲା। କିଛି ଗ୍ରାମବାସୀ  ଖବର ପାଇ ଯୁବକଙ୍କୁ କାବୁ କରି ଦୁଇ ହାତ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ।  ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ସଂଗ୍ରହ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି। ଗାଁଲୋକେ ଯୁବକ ଜଣଙ୍କ ଦୁଇବର୍ଷ ହେବ ବିକିୃତ ମସ୍ତିକ ଥିବା କହିଛନ୍ତି।

Comments are closed.