କସ୍ତୁରବା ଗାନ୍ଧୀ  ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ  

କଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଲାକ୍ରିଶ କସ୍ତୁରବା ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଛି।ମୃତ ଛାତ୍ରୀଙ୍କ ନାମ ନମ୍ରତା ନାଏକ କାଶୀପୁର ବ୍ଲକ ମୁନୁସ ଗ୍ରାନର ବୋଲି ଯଣାପଡିଛି । ବିଦ୍ୟାଳୟ କର୍ମଚାରିଙ୍କ ଅବହେଳା ଯୋଗୁଁ ଛାତ୍ରୀଙ୍କ ମୃତ ହୋଇଥିବା ତାଙ୍କ ବାପା କବିସୂର୍ଯ୍ୟ ନାଏକ ଅଭିଯୋଗ କରିଛନ୍ତି।

ସୂଚନା ଅନୂଯାୟୀ,  କସ୍ତୁରବା ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ଲାକ୍ରିଶ କସ୍ତୁରବା ମଙ୍ଗଳବାର ଗାନ୍ଧୀ ଆଶ୍ରମ ବିଦ୍ୟାଳୟର ହଷ୍ଟେଲ ପରିସରରେ ଥିବା ସମୟରେ ତାଙ୍କ ଦେହ ଖରାଫ ହୋଇଥିଲା। ବିଦ୍ୟାଳୟର କର୍ମଚାରି ତାଙ୍କୁ ପ୍ରଥମେ ସୁଙ୍ଗେର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିଲେ। ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଏବଂ ହିମଗ୍ଲୋବିନ କମଥିବା ଦେଖି ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ରାୟଗଡା ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ବିଦ୍ୟାଳୟ କର୍ମଚାରି ରାୟଗଡା ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିବା ସମୟରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଖବର ପାଇ ପରିବାର ଲୋକେ ରାୟଗଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। ବିଦ୍ୟାଳୟର କର୍ମଚାରି ଝିଅର ଦେହ ଭଲନଥିବା ଖବର ପରିବାର ଲୋକଙ୍କୁ ଦେଇନଥିବା ଅଭିଯୋଗ କରିବା ସହ ଝିଅର ମୃତ୍ୟୁପାଇଁ ବିଦ୍ୟାଳୟର କର୍ମଚାରି ଦାୟି ବୋଲି ପ୍ରକାସ କରିଥିଲେ। ଏନେଇ ରାୟଗଡା ଜିଲା ସ୍ବାସ୍ଥ୍ୟ କେନ୍ଦ୍ରରେ କଛିସମୟ ପାଇଁ ଉତ୍ତେଜନା ପ୍ରକାସ ପାଇଥିଲା। କସ୍ତୁରବା ଗାନ୍ଧୀ ଆଶ୍ରମ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରତି ସପ୍ତାହରେ ଥରେ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବାର ନିୟମ ରହିଥିଲେ ମଧ୍ୟ ଏହି ବିଦ୍ୟାଳୟରେ ଦୀର୍ଘ ଦୀନଧରି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ ହେଉନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏନେଇ କାଶୀପୁର ଥାନାରେ ଏକ ୟୁଡି କେଶ ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Comments are closed.