ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର , ହତ୍ୟା ଅଭିଯୋଗ ଆଣିଲେ ପରିବାର

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବଂଶଧାରା ପୋଲ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଏକ ବିଦ୍ୟାଳୟର ଶିକ୍ଷକ ବୋଲି ଜଣାପଡ଼ିଛି। ମୃତଦେହ ନିକଟରେ ତାଙ୍କ ବାଇକ ପଡ଼ିଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ପୋଲ ତଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବ୍ୟକ୍ତିଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।

Comments are closed.