ଟ୍ରେନ ଧକ୍କାରେ ୧୬ ଗୋରୁ ମୃତ

ରାୟଗଡା: ବିଶାଖାପାଟଣା- କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ ଧକ୍କାରେ ୧୬ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି। ସୂଚନାନୁସାରେ ସୋମବାର ସଂଧ୍ୟାରେ ରାୟଗଡାର ଜେମାଦେଇପେଣ୍ଠ ବଡହଂସା ଲେବଲ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ସଂଧ୍ୟା ସମୟରେ ଜେମାଦେଇପେଣ୍ଠ ବଡହଂସା ଲେବଲ କ୍ରସିଂ ଦେଇ ଗୋରୁମାନେ ଯାଉଥିବା ସମୟରେ ହଠାତ ବିଶାଖାପାଟଣା- କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ ମାଡି ଆସିଥିଲା। ଫଳରେ ଟ୍ରେନ ଧକ୍କାରେ ୧୬ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଗୋରୁ ଆହତ ହୋଇଛନ୍ତି। ତେବେ ଏହି ଘଟଣା ପରେ ରେଳବାଇ ଦୃଢ କାର୍ୟ୍ୟାନୁଷ୍ଠାନ ନେଇଛି । ସେଠାକାର ଲେବଲ କ୍ରସିଂ ଗେଟମ୍ୟାନଙ୍କୁ ରେଳବାଇ କର୍ତୃପକ୍ଷ ସସପେଣ୍ଡ କରିଛନ୍ତି । ଘଟଣାର ତଦନ୍ତ ପାଇଁ ଏଡିଆରଏମଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

Comments are closed.