ଭାରସାମ୍ୟ ହରାଇ ଓଲଟି ପଡିଲା ଅଟୋ, ୮ ଆହତ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ତେଲେଙ୍ଗିର ଗ୍ରାମର ରାସ୍ତାରେ ନିକଟରେ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି।ଫଳରେ ଅଟୋରେ ବସିଥିବା ପ୍ରାୟ ୮ଜଣ ଲୋକେ ଆହାତ ହୋଇଥିବା ବେଳେ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଆହାତ ମାନଙ୍କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାଇ ଦିନ ମଜୁରି କାର୍ଯ୍ୟ ପାଇଁ ଟିକିରି ଯାଇଥିଲେ। କାର୍ଯ୍ୟ ସରିବା ପରେ ସେମାନେ ଅଟୋ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଅଟୋ ଦୁର୍ଘଟଣା ଘଟି ଅଟୋରେ ଥିବା ୮ଜଣ ଆହାତ ହୋଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତଥିବା ସ୍ଥାନିୟ ଲୋକେ ଦୁର୍ଘଟଣା ସ୍ଥଳରୁ ଉଧାର କରିବା ସହ ୧୦୮ ଆମ୍ବୁଲାନ୍ସକୁ ଡକାଇ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Comments are closed.