ବିଦ୍ୟୁତ ସେବାରେ ଯାନ୍ତ୍ରୀକ ତ୍ରୁଟି : ଭାଲୁମସ୍କା ଷ୍ଟେସନରେ ଅଟକି ରହିଛି ଡିଏମୟୁ ଟ୍ରେନ

କାଶୀପୁର: ରାୟଗଡା ଜିଲା ଭାଲୁମସ୍କା ଷ୍ଟେସନ ନିକଟରେ ବିଦ୍ୟୁତ ସେବାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଦୀର୍ଘ ସମୟ ଧରି ଅଟକି ରହିଛି ଡିଏମୟୁ ଟ୍ରେନ। ଫଳରେ ଯାତ୍ରୀ ମାନେ ନାହି ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଡିଏମୟୁ ଟ୍ରେନ ବିଶାଖାପାଟଣାରୁ କୋରାପୁଟ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଭାଲୁମସ୍କା ଷ୍ଟେସନରେ ଦିନ ୧.୧୫ ସମୟରେ ପହଞ୍ଚିଥିଲା। ଏହାପରେ ବିଦ୍ୟୁତ ସେବାରେ କୌଣସି ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଭାଲୁମସ୍କା ଷ୍ଟେସନରେ ଦୀର୍ଘ ସମୟ ଧରି ଟ୍ରେନଟି ଅଟକି ରହିଛି। ଘଟଣା ସ୍ଥଳରେ ରେଳ ବିଭାଗ କର୍ମଚାରି ପହଞ୍ଚି ବିଦ୍ୟୁତ ସମସ୍ୟାର ସମାଧାନ କରୁଥିବା ସୂଚନା ମିଳିଛି।

Comments are closed.