ରାସ୍ତା ନ ଥିବାରୁ ଅଧାରେ ଅଟକିଲା ଆମ୍ବୁଲାନ୍ସ : ଭାରରେ ଦେଢ କିମି ବୁହା ହେଲେ ଗର୍ଭବତୀ

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକରେ ସୋମବାର ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ରାସ୍ତା ନ ଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ନ ଯାଇପାରି ନ ଥିଲା। ପରେ ଆମ୍ବୁଲାନ୍ସ ଚାଳକଙ୍କ ସମେତ ପରିବାର ଲୋକଙ୍କ ସହାୟତରେ ଭାରରେ ପ୍ରାୟ ୧.୫ କି.ମି ପାହାଡିଆ ଦୁର୍ଗମ ମାଟି ପଥୁରିଆ ରାସ୍ତାରେ ଅଟକି ରହିଥିବା ଆମ୍ବୁଲାନ୍ସ ନିକଟକୁ ଗର୍ଭବତୀ ମହିଳାଙ୍କୁ ଆଣିଥିଲେ। ଏଭଳି ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଅନ୍ତର୍ଗତ ନଳାଚୁଆଁ ଗ୍ରାମର ଉପରପଦର ସହିରେ।

 

ସୂଚନା ଅନୁଯାୟୀ, କାଶୀପୁର ବ୍ଲକ ମାଣ୍ଡିବିଶି ପଞ୍ଚାୟତ ଅନ୍ତର୍ଗତ ନଳାଚୁଆଁ ଗ୍ରାମର ଉପର ପଦର ସାହିରେ ବର୍ତ୍ତମାନ ପ୍ରାୟ ୧୪ରୁ ୧୫ ଘର ଲୋକେ ବସବାସ କରୁଥିବା ବେଳେ ସାହି ସାହିକୁ ବର୍ତ୍ତମାନ ସୁଧା ରାସ୍ତା ଖଣ୍ଡିଏ ହୋଇପାରି ନାହିଁ। ତାହାର ପରିଣାମ ସୂରୁପ  ସୋମବାର  ଏକ ଗର୍ଭବତୀ ମାଆ ଚଞ୍ଚଳା ମାଝୀ (୨୪) ସ୍ବାମୀ ଧନସିଂ ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଏନଏମ୍ ଦିଦିଙ୍କୁ ଖବର ଦେଇଥିଲେ। ଖବର ପାଇଁ ଏନଏମଦିଦି ଶିତା ନାଏକ ଗ୍ରାମକୁ ଯିବା ସହ ଗର୍ଭବତୀ ମାଆ ପ୍ରସବ ବେଦନାରେ ଛଟପଟ ହେଉଥିବା ଦେଖି ତୁରନ୍ତ ୧୦୨ ଗାଡିକୁ ଯୋଗାଯୋଗ କରିଥିଲେ। ହେଲେ ଦୁର୍ଭାଗ୍ୟ ବସତ ଗାଁକୁ ରାସ୍ତାଟିଏ ନ ଥିବାରୁ ୧୦୨ ଆମ୍ବୁଲାନସ  ଗାଡି ଯାଇ ପାରି ନ ଥିଲା। ଗ୍ରାମ ଠାରୁ ମାତ୍ର ୧.୫ କି.ମି ପୂର୍ବରୁ ଆମ୍ବୁଲାନ୍ସ ଅଟକି ଯାଇଥିଲା। ଏନେଇ ମାଟି, ପଥୁରିଆ ରାସ୍ତା ସହ ପାହାଡିଆ ରାସ୍ତାରେ ଯିବାକୁ ପଡୁଥିବାରୁ ୧୦୨ ଆମ୍ବୁଲାନସ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଫଳ ହୋଇଥିଲ।।  ୧୦୨ ଆମ୍ବୁଲାନ୍ସ ଚାଳକ ପରିକ୍ଷିତ ନାଏକ, ଏନଏମ ଶିତା ନାଏକ ,ପରିବାରର ଲୋକେ ଏବଂ  ଗ୍ରାମବାସିଙ୍କ ସହାୟତାରେ ଏକ ଭାରରେ ମାକୁ ପଥୁରିଆ ପାଦଚଲା ରାସ୍ତାରେ ଭାର କରି  ଆମ୍ବୁଲାନ୍ସ ନିକଟକୁ  ଆଣିଥିଲେ। ଆମ୍ବୁଲାନସ ଯୋଗେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଏବଂ ଶିଶୁ  ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

Comments are closed.