ରିଲିଜ୍‍ ହେଲା ଜନ୍‍ଙ୍କ ‘ର’ର ଟ୍ରେଲର

0

ମୁମ୍ବଇ : ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ରୋମିଓ ଆକବର ୱାଲଟର(‘ର’)ର ଟ୍ରେଲର ସୋମବାର(୪ ମାର୍ଚ୍ଚ) ରିଲିଜ୍‍ ହୋଇଛି। ଏହା ପୂର୍ବରୁ ଚଳଚ୍ଚିତ୍ରର ଟିଜର ଓ ପୋଷ୍ଟର ମଧ୍ୟ ରିଲିଜ୍‍ ହୋଇଥିଲା। ଏଥିରେ ଜନ୍‍ ଜଣେ ‘ର’ ଏଜେଣ୍ଟ ଚରିତ୍ରରେ ଅଭିନୟ କରିଛନ୍ତି ଓ ତାଙ୍କୁ ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଏଥିରେ ଜନ୍‍ଙ୍କ ବ୍ୟତୀତ ମୌନୀ ରୟ, ଜ୍ୟାକି ଶ୍ରଫ୍‍, ସୂଚିତ୍ରା କ୍ରିଷ୍ଣାମୂର୍ତ୍ତି ଓ ସିକନ୍ଦର ଖେର ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରବି ଗ୍ରେୱାଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୫ ଏପ୍ରିଲରେ ମୁକ୍ତିଲାଭ କରିବ।

Leave A Reply