ନିମରତଙ୍କ ସହ ସର୍ମ୍ପକ ଗାଈର ଗୋବର ସହ ସମାନ : ରବି ଶାସ୍ତ୍ରୀ

0

ନୂଆଦିଲ୍ଲୀ : ଭାରତୀୟ କ୍ରକେଟ ଦଳର ପ୍ରଶିକ୍ଷକ ରାବିଶାସ୍ତ୍ରୀ ଓ ଅଭିନେତ୍ରୀ ନିମରତ କୌରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନିମରତ ଖଣ୍ଡନ କରିବାପରେ ରବିଶାସ୍ତ୍ରୀ ମଧ୍ୟ ଏହାର ଖଣ୍ଡନ କରିଛନ୍ତି। ଏକ ଇଂରାଜୀ ଖବରକାଗଜକୁ ନିଜର ପ୍ରତିକ୍ରିୟା ଦେଇ ଶାସ୍ତ୍ରୀ କହିଛନ୍ତି ଏହି ଖବର ଗାଈର ଗୋବର ସହ ସମାନ। ମୋ ବିରୁଦ୍ଧରେ ସମ୍ପୁର୍ଣ ମିଥ୍ୟା ପ୍ରଚାର କରାଯାଉଛି।
ମିଳିଥିବା ସୂଚନା ଅନୁସାରେ ରବିଶାସ୍ତ୍ରୀ ୨୦ବର୍ଷ ସାନ ଅଭିନେତ୍ରୀ ନିମରତ କୌରଙ୍କ ସହ ଦୁଇ ବର୍ଷଧରି ସମ୍ପର୍କ ରଖିଥିଲେ। ୨୦୧୫ ମସିହାରେ ରବି ଶ।।ସ୍ତ୍ରୀ ଓ ଅଭିନେତ୍ରୀ ନିମରତ କୌର ଏକ ଜର୍ମାନୀ ଅଟୋମୋବାଇଲ କମ୍ପାନୀର କାର ଉନ୍ମୋଚନରେ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ନଜର ଆସିଥିଲେ।
ସୂଚନାଯୋଗ୍ୟ ଯେ, ରବି ଶାସ୍ତ୍ରୀ ପୂର୍ବରୁ ସୈଫ ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀ ଅମୃତାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ। ପରେ ପ୍ରଶିକ୍ଷକ ରବି ଶାସ୍ତ୍ରୀ ୧୯୯୦ରେ ବିବାହ କରିଥିବା ରିତୁ ସିଂକୁ ବିବାହ କରିଥିଲେ। କିନ୍ତୁ ବିବାହର ୨୨ବର୍ଷ ପରେ ୨୦୧୨ରେ ରିତୁଙ୍କୁ ଛାଡପତ୍ର ଦେଇଥିଲେ।

Leave A Reply