ସଡକ ଦୁର୍ଘଟଣାରେ ରେଭେନ୍ସା ପୂର୍ବତନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର : ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଆୟୁଷ ଦ୍ୱିବେଦୀଙ୍କ ଗୁରୁବାର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଆୟୁଷଙ୍କ ଏହି ଦୁର୍ଘଟଣା ବାଙ୍ଗାଲୋରରେ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ବିବିଏ ବିଭାଗରେ ପଢିବା ସମୟରେ ଆୟୁଷ ନିଜର ସଙ୍ଗୀତ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମନ ଜିତିପାରୁଥିଲେ। ତାଙ୍କର ଏହି ମୃତ୍ୟୁକୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏହି ଘଟଣାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ୨୦୧୭ରେ ରେଭେନ୍ସାରୁ ବିବିଏ ପାଠପଡ଼ା ଶେଷକରି ଆୟୁଷ ବାଙ୍ଗାଲୋରର ଏକ ଶିକ୍ଷାନୁଷ୍ଠାନାରେ ଏମବିଏରେ ଅଧ୍ୟୟନ କରୁଥିଲେ।

Comments are closed.