ନିଜକୁ ଆବିଷ୍କାର କରିବା ହିଁ ପ୍ରକୃତ ଶିକ୍ଷା : ରାଜ୍ୟପାଳ

0

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ଦଶମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ କୁଳାଧିପତି ରାଜ୍ୟପାଳ ଗଣେଶୀ ଲାଲ ପୌରୋହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ତଥା ଜୈବବିଜ୍ଞାନ ବିଭାଗ ସଚିବ ଡଃ ରେଣୁ ସ୍ୱରୁପ ଯୋଗଦେଇଥିଲେ। 

ନିଜର ଅଭିଭାଷଣରେ ରାଜ୍ୟପାଳ କହିଥିଲେ ଶିକ୍ଷାର ଅର୍ଥ ନିଜକୁ ଆବିଷ୍କାର କରିବା ଏବଂ ପରିବର୍ତ୍ତନ କରିବା। ଦୀପକୁ ଆମେ ଯେଉଁ ସ୍ଥାନକୁ ନେଇଥାଉ ସେଠାରେ ସେ ଆଲୋକ ପ୍ରଦାନ କରିଥାଏ। ପିଲାମାନଙ୍କ ମଧ୍ୟରେ ନୂତନ ଚିନ୍ତାଧାରାକୁ ସମ୍ମାନ ଦେବାପାଇଁ ଅଧ୍ୟାପକ ମାନଙ୍କୁ ପରାମର୍ଶ ଦେଇଥିଲେ। ଆହ୍ୱାନ ଓ ସୁଯୋଗକୁ ଛାତ୍ରଛାତ୍ରୀ ଗ୍ରହଣ କରିବା ଦରକାର ବୋଲି ରାଜ୍ୟପାଳ କହିଥିଲେ। 

ଡଃ ରେଣୁ ସ୍ୱରୁପଙ୍କ କହିବା ଅନୁସାରେ ଜୀବନ ପରିବର୍ତ୍ତନରେ ଶିକ୍ଷା ଓ ବିଜ୍ଞାନ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବିଶ୍ୱବିଦ୍ୟାଳୟ କୁଳପତି ଇଶାନ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। କୁଳସଚିବ ଅଶୋକ କୁମାର ଦାଶ ବାର୍ଷିକ ବୀବରଣୀ ପାଠ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗର ୭୮ଜଣ ଛାତ୍ରଛାତ୍ରୀଙ୍କୁ ପିଏଚଡି, ୩୧ଜଣ ସ୍ନାତକୋତ୍ତର ଓ ୩୪ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା।

Leave A Reply