ବାଜପେୟୀଙ୍କ ବିୟୋଗରେ ରେଭେନ୍ସାରେ ବିଶାଳ ମହମବତୀ ଶୋଭାଯାତ୍ରା

0

କଟକ : ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଦେଶ ନୁହେଁ ସମଗ୍ର ବିଶ୍ୱରେ ଶୋକପାଳନ କରାଯାଇଛି। ଏହି ଶୋକପାଳନରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟ ଯୋଡି ହୋଇଛି। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ବିଶାଳ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ବିଶ୍ୱବିଦ୍ୟାଳୟର ୫୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପ୍ରଥମେ ରାଷ୍ଟ୍ରନାୟକ ବାଜପେୟୀଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବିଶ୍ୱବିଦ୍ୟାଳୟ ଲନରୁ ଏହି ଶୋଭାଯାତ୍ରା ବାହାରି ବିଶ୍ୱବିଦ୍ୟାଳୟ ପରିକ୍ରମା କରିଥିଲା । ପରିକ୍ରମା ସମୟରେ ବିଶ୍ୱବିଦ୍ୟାଳୟ କର୍ମଚାରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକା ଆଦି ଯୋଗ ଦେଇଥିଲେ। ଶୋଭାଯାତ୍ରା ବିଶ୍ୱବିଦ୍ୟାଳୟ ପରିକ୍ରମା କରିବାପରେ ଲନରେ ପୁର୍ନବାର ପହଞ୍ଚି ଦୁଇ ମିନିଟ ନିରମ ପ୍ରାର୍ଥନା କରାଯାଇଥିଲା।

ପରେଶ କୁମାର ମୂଳିଆ : ରାଷ୍ଟ୍ରନାୟକ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମସ୍ତ ଦେଶ ସ୍ତବ୍ଧ ହୋଇଯାଇଛି। ରାଜନୀତିରେ କ୍ଷମତା ସବୁକିଛି ନୁହେଁ, କର୍ତ୍ତବ୍ୟ ଓ ଦେଶପ୍ରେମ ହିଁ ପ୍ରକୃତ ରାଜଧର୍ମ ତାଙ୍କଠାରୁ ଶିଖିଛି। ଏହାସହ ମହାପୁରୁଷଙ୍କ ବିୟୋଗରେ ବିଶ୍ୱବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କ କୋଟି କୋଟି ପ୍ରଣାମ । ଏହି ରାଷ୍ଟ୍ରନାୟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।
ଚିନ୍ମୟ ଦାସ – ଐତିହାସିକ ପୁରୁଷ ଅଟଳ ବିହାରୀ ବାଜପେୟୀ କେବଳ ଗୋଟିଏ ଦଳର ରାଜନୈତିକ ବ୍ୟକ୍ତି ଥିଲେ ମଧ୍ୟ କର୍ତ୍ତବ୍ୟ ଓ ଦେଶପ୍ରେମ ହିଁ ତାଙ୍କର ପ୍ରଥମ ଧର୍ମ ଥିଲା। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ଜୀବନରେ ଆଗକୁ ବଢିବା।

Leave A Reply