ପଲିଥିନ ବର୍ଜନ ଉପରେ ରେଭେନ୍ସା ଜେଏମସି ଛାତ୍ରଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ

0

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ପଲିଥିନ ବର୍ଜନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗ ମୁଖ୍ୟ ଡଃ ଜୟନ୍ତ କୁମାର ସ୍ୱାଇଁଙ୍କ ତତ୍ୱବଧାନରେ ବିଭାଗର ଛାତ୍ରଛାତ୍ରୀମାନେ କଟକର ଐତିହାସିକ ବାଲିଯାତ୍ରାରେ ପଲିଥିନ ବର୍ଜନ କରି ପରିବେଶ ଉପଯୋଗୀ ମୁଣା(ବ୍ୟାଗ) ବ୍ୟବହାର କରିବାକୁ ଲୋକଙ୍କୁୁ ସଚେତନ କରିଛନ୍ତି। ଏହି ଅବସରରେ ଜେଏମସି ବିଭାଗ ଛାତ୍ରଛାତ୍ରୀମାନେ ଲୋକଙ୍କୁ କପଡା ବ୍ୟାଗ ବଣ୍ଟନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭାଗର ସତ୍ୟବ୍ରତ ପ୍ରଧାନ, ମନୀଷା ନାୟକ, ପ୍ରତିକ୍ଷା କୁଅଁର, ମନୋଜ କୁମାର ମହାନ୍ତି, ବିନାୟକ ସିଂହ ପ୍ରମୁଖ ଛାତ୍ରଛାତ୍ରୀ ପରିଚାଳନା କରିଥିଲେ।

Leave A Reply