ସୁଜି ଦହି ଟୋଷ୍ଟ

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୬ ଖଣ୍ଡ
ସୁଜି – ୧କପ
ଦହି – ୧କପ
ଟମାଟୋ – ଅଳ୍ପ( କଟା ହୋଇଥିବା)
ସିମଲା ଲଙ୍କା – ଅଳ୍ପ ( କଟା ହୋଇଥିବା)
ପିଆଜ – ୧ଟି ( କଟା ହୋଇଥିବା)
ଗୋଲମରିଚ ଗୁଣ୍ଡ – ଅଳ୍ପ
ଚାର୍ଟ ମସଲା – ଅଳ୍ପ
ଲୁଣ – ସ୍ୱାଦ ଅନୁସାରେ
ତେଲ – ଆବଶ୍ୟକ ପରିମାଣରେ
ଟମାଟୋ ସସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ସୁଜି, ଦହି, ସିମଲା ଲଙ୍କା, ଲୁଣ, ଗୋଲମରିଚ ଗୁଣ୍ଡ, ଚାର୍ଟ ମସଲା, ଟମାଟୋ, ପିଆଜ, ଅଳ୍ପ ପାଣି ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ ଏକ ତାୱା ବସାଇ ଅଳ୍ପ ତେଲ ପକାନ୍ତୁ। ଏବେ ରଖିଥିବା ପାଉଁରୁଟି ଖଣ୍ଡର ଗୋଟେ ପାଖରେ ଅଳ୍ପ ଟମାଟୋ ସସ ଓ ଅନ୍ୟ ପଟରେ ପ୍ରସ୍ତୁତ ମିଶ୍ରଣକୁ ଚାମଚରେ ଲଗାନ୍ତୁ। ଏହାପରେ ଗ୍ୟାସରେ ବସାଇ ଥିବା ତାୱାରେ ପାଉଁରୁଟିର ଉଭୟ ପଟକୁ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜି ଦହି ଟୋଷ୍ଟ।