ଗୋମାଂସ ଚାଲାଣ ଅଭିଯୋଗରେ ୩ ଅଟକ

ରାଉରକେଲା : ଗୋମାଂସ ଚାଲାଣକୁ ନେଇ ଶନିବାର ପାନପୋଷ ନିକଟରେ ରେ ଉତେଜନା ପ୍ରକାଶ ପାଇଥିଲା। ଏକ ଗାଡ଼ିରେ ଜଣେ ମହିଳା ଓ ଦୁଇଜଣ ଯୁବକ ଗୋମାଂସ ନେଇ ଯାଉଥିବା ସମ୍ପର୍କରେ ଖବର ପାଇ ବଜରଙ୍ଗଦଳର କର୍ମୀ ଗାଡ଼ିକୁ ଅଟକାଇଥିଲେ। ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହେବା ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ରଘୁନାଥପାଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋମାଂସ ଗାଡ଼ି ଜବତ କରିବା ସହିତ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

Comments are closed.