ଘରକୁ ଯିବାକୁ ବ୍ୟାକୁଳ ; ଅଧାବାଟରେ ଓହ୍ଲାଇଲେ ପ୍ରବାସୀ ଶ୍ରମିକ

ରାଉରକେଲା: ଲୋକମାନ୍ୟ ତିଳକ ଟର୍ମିନାଲରୁ ହାୱାଡା ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନରୁ ଓଡିଶାର ୨୪ ଜଣ ରାଉରକେଲା ରେଳ ଷ୍ଟେସନରେ ଓହ୍ଲାଇ ପଡିଛନ୍ତି। ଏହି ୨୪ ଜଣଙ୍କ ମଧ୍ୟରୁ କେନ୍ଦ୍ରାପଡାର ୧୯ ଜଣ ଥିବା ବେଳେ ମୟୁରଭଞ୍ଜର ୨ ଜଣ ଓ ଜଗତସିଂହପୁରର ୩ଜଣ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସୋମବାର ରାତିରେ ଏହି ଟ୍ରେନ ରାଉରକେଲାରେ ଯାତ୍ରୀମାନକୁ ଖାଇବା ଦେବା ପାଇଁ ଅଟକି ଥିଲା। ସେହି ସମୟରେ ଓଡିଶାର ଶ୍ରମିକ ତରବରରେ ଓହ୍ଲାଇବା ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ଖବର ନ ଥିବା କୁହାଯାଇଛି। ଫଳରେ ଓହ୍ଲାଇ ଥିବା ଏହି ଶ୍ରମିକ ଖାଇବା ପିଇବାକୁ ନ ପାଇ ବହୁ ଦୁର୍ଦଶାର ସମୁଖୀନ ହୋଇଛନ୍ତି। ସକାଳୁ ମଧ୍ୟ ସେମାନେ ଅନ୍ୟ ଟ୍ରେନରେ ଯିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇନାହାନ୍ତି।  ରେଳବାଇ ଏଆରମ ଶ୍ରୀନିବାସ ସାମନ୍ତ କହିଛନ୍ତି ଯେ, ଏତେ ରାତିରେ ରାଉରକେଲା ମହାନଗର ନିଗମକୁ ଖବର ଦିଆଯାଇ ପାରିନଥିଲା। ଆଜି ସକାଳୁ ଖବର ଦିଆଯାଇଛି।

Comments are closed.