ଚାରି ଡକାୟତ ଗିରଫ ; ମାରଣାସ୍ତ୍ର ଜବତ

0

ରାଉରକେଲା : ସୁନ୍ଦରଗଡ ଜିଲା ରାଉରକେଲାରୁ ଚାରି ଜଣ ଡକାୟତଙ୍କୁ ପ୍ଲାଣ୍ଟସାଇଡ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ୩ଟି ଭୁଜାଲି ସହ ଏକ ବନ୍ଧୁକ ଜବତ ହୋଇଛି। ପୁଲିସର କହିବା ମୁତାବକ ଏହି ଅଭିଯୁକ୍ତ ମାନେ ବିଭିନ୍ନ ଚୋରି, ଡକାୟତି ଓ ଛିନତାୟି ଆଦି କାର୍ଯ୍ୟରେ ଲିପ୍ତ ଥିଲେ। ଚାରି ଜଣ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଜାଲି(୪୨), ମହମ୍ମଦ ଅଫତାଭ(୨୪) ମହମ୍ମଦ ରାଜା(୩୪) ଏବଂ ମହମ୍ମଦ ଚାନ୍ଦ (୩୦)। ଏହି ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିବା ଆଇନ ଲଗାଯାଇଛି।

Leave A Reply