ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗ: ପୁରୀ ଜିଲାପାଳଙ୍କ ନାମରେ ମାମଲା

0

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ପ୍ରସଙ୍ଗରେ ପୁରୀ ଏସ୍‌ଡିଜିଏମ୍‌ଙ୍କ ଅଦାଲତରେ ପୁରୀ ଜିଲାପାଳଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ଚିନ୍ମୟ ଦାଶ ନାମକ ଜଣେ ଆଇନଜୀବୀ ଏହି ମାମଲା ରୁଜି କରିଛନ୍ତି । ଆସନ୍ତା ସପ୍ତାହରେ ଏହାର ଶୁଣାଣି କରାଯିବ । ସୋମବାରରେ ଏହାର ଶୁଣାଣି କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଆଗରୁ ଭିତର ଭଣ୍ଡାରର ଚାବି ହଜିଯାଇଥିବା ଅଭିଯୋଗ ହୋଇଥିଲା । ମାତ୍ର ଜୁନ୍‌ ୧୩ ତାରିଖରେ ଏହା ରେକର୍ଡରୁମ୍‌ରୁ ମିଳଥିବା କଥା ଜିଲାପାଳ ସୂଚନା ଦେଇଥିଲେ । ଏହା ଚାବିର ନକଲ ଓ ଏକ ଖାମ୍‌ ମଧ୍ୟରେ ଜଉମୁଦ ଦେଇ ରଖାଯାଇଥିବା ସୂଚନା ଦେଇଥିଲେ । ତେବେ ଏହାର ପ୍ରକୃତ ଚାବିକୁ କୁଆଡେ ଗଲା ବୋଲି ଅନେକ ପ୍ରଶ୍ନ କରିଥିଲେ । ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାଶ ଏହାର ତଦନ୍ତ କରୁଛନ୍ତି ।

Leave A Reply