ଦରବାର ସାହିତ୍ୟ ସଂସଦ ପକ୍ଷରୁ ଭୀମଟାଙ୍ଗୀରେ ଗରିବଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ଵର: କରୋନା ଭୂତାଣୁ ଯୋଗୁ ଲକ୍‌ଡାଉନ ଲାଗୁ ହୋଇଥିବାରୁ ଗରିବ ଲୋକମାନେ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି। ବିଶେଷକରି ରାଜଧାନୀରେ ଥିବା ଗୁପଚୁପ ବିକାଳୀ ଏବଂ ରାସନ କାର୍ଡ ନ ଥିବା ଗରିବମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଛି ଭୀମଟାଙ୍ଗୀ ଅଞ୍ଚଳର ଦରବାର ସାହିତ୍ୟ ସଂସଦ।

ଦରବାର ସାହିତ୍ୟ ସଂସଦ ଏବଂ ଟେକ୍‌ ମହିନ୍ଦ୍ରା ପକ୍ଷରୁ ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି। ପ୍ରତି ପରିବାରକୁ ୧ କିଲୋଗ୍ରାମ ଚାଉଳ, ୧ କିଲୋଗ୍ରାମ ଡାଲି, ୧ ଲିଟର ସୋରିଷ ତେଲ, ୫୦୦ ଗ୍ରାମ ଲୁଣ ପ୍ରଦାନ କରାଯାଇଛି। ଜୀବନଜ୍ୟୋତି ଆଞ୍ଚଳିକ ମହିଳା ମହାସଂଘ ୱାର୍ଡ ନମ୍ବର ୬୧ର ସଦସ୍ୟାମାନେ ଖାଦ୍ୟସାମଗ୍ରୀ ବଣ୍ଟନ କରିଥିଲେ।