ଡିଜିପିଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ : ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ଡିଜି ସଞ୍ଜୀବ ପଣ୍ଡା

ପୁରୀ : ପୁଲିସ ମହା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି । ଗୁରୁବାର ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅୟୋଜିତ ପ୍ରସ୍ତୁତି ବୈଠକରେ ରଥାଯାତ୍ରା ସମୟରେ ଭକ୍ତଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକ ପରେ ସେ ବରିଷ୍ଠ ଅଧିକାରୀଙ୍କୁ ରଥରଯାତ୍ରାର ସୁରକ୍ଷା ବ୍ୟବସ୍ଥା ନେଇ ଦାୟିତ୍ୱ ବଣ୍ଟନ କରିଛନ୍ତି ।

ବରିଷ୍ଠ ଅଧିକାରୀଙ୍କୁ ରଥରଯାତ୍ରାର ସୁରକ୍ଷା ଦାୟିତ୍ୱ

ଡିଜି ସଞ୍ଜୀବ ପଣ୍ଡା-ଆଇନ୍ ଶୃଙ୍ଖଳା
ଆଇଜି ଅମିତାଭ ଠାକୁର-ଟ୍ରାଫିକ୍‌ ନିୟନ୍ତ୍ରଣ
କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ-ଶ୍ରୀମନ୍ଦିର ଭିତର ଦାୟିତ୍ୱ
ଆଇଜି ଅରୁଣ ବୋଥ୍ରା-ରଥ କର୍ଡନ୍‌
ଆଇଜି ଅସିତ୍‌ ପାଣିଗ୍ରାହୀ-ଭିଡ଼ ନିୟନ୍ତ୍ରଣ

ଡିଜି ସଞ୍ଜୀବ ପଣ୍ଡାଙ୍କୁ ଆଇନ୍ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱ ଆଇଜି ଅମିତାଭ ଠାକୁରଙ୍କୁ ଦିଆଯାଇଛି । ଏହା ସହିତ ଶ୍ରୀମନ୍ଦିର ଭିତର ଦାୟିତ୍ୱ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପରେ ନ୍ୟସ୍ତ କରାଯାଇଛି।  ଅନ୍ୟପକ୍ଷରେ ରଥ କର୍ଡନ୍‌ ଦାୟିତ୍ୱରେ ଆଇଜି ଅରୁଣ ବୋଥ୍ରା ଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ଆଇଜି ଅସିତ୍‌ ପାଣିଗ୍ରାହୀ ଦାୟିତ୍ୱ ନେଇଛନ୍ତି ।

ରଥଯାତ୍ରାରେ ଭକ୍ତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇ ଯାତ୍ରା ସମୟରେ ସହରରେ ୧୫୫ ପ୍ଲାଟୁନ୍‌ ଫୋର୍ସରେ ମୁତୟନ କରାଯିବ । ସେହିପରି କେନ୍ଦ୍ର ସରକାରଙ୍କ ୨ କମ୍ପାନି ରାପିଡ୍‌ ଆକ୍ସନ ଓ ରାଜ୍ୟର ୩ଟି କମ୍ପାନି ସ୍ୱିପ୍ଟ ଆକ୍ସନ ଫୋର୍ସ ନିୟୋଜିତ ହେବେ । ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପକୁ ନଜର ରଖିବାକୁ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାଡ୍‌ର ‌୩ଟି ୟୁନିଟ ମୁତୟନ ହେବେ । ସେହିପରି ବାତ୍ୟା ଫୋନିରେ ନଷ୍ଟ ହୋଇଯାଇଥିବା ସିସିଟିଭି କ୍ୟାମେରା ବଦଳରେ ରଥଯାତ୍ରାରେ ଅସ୍ଥାୟୀ ସିସିଟିଭି ବ୍ୟବସ୍ଥା କରାଯିବ ବୋଲି ଡିଜି ଡ଼କ୍ଟର ଶର୍ମା କହିଛନ୍ତି।

 

Comments are closed.