ରଥଯାତ୍ରା ସମୟରେ ପୁରୀକୁ ଗଡ଼ିବନି ରେଳ

ଭୁବନେଶ୍ୱର: ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ସମୟରେ ପୁରୀକୁ ରେଳ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୨୬ଟି ଦୂରଗାମୀ ରେଳ ଖୋର୍ଦ୍ଧାରୋଡ ପର୍ଯ୍ୟନ୍ତ ଚଳାଚଳ କରିବ ଓ ଖୋର୍ଦ୍ଧାରୋଡରୁ ଯାତ୍ରା ଆରମ୍ଭ କରିବ। ଉଭୟ ଦିଗରୁ ଖୋର୍ଦ୍ଧାରୋଡ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୨୧ ଦୂରଗାମୀ ବିଶେଷ ରେଳ ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧାରୋଡ଼ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ୫ ସାପ୍ତାହିକ ବିଶେଷ ରେଳ ନିର୍ଦିଷ୍ଟ ଦିନରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧାରୋଡ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ଦୈନଦିନ ଚଳାଚଳ କରୁଥିବା ୫ଟି ଏବଂ ଦ୍ୱିସାପ୍ତାହିକ, ତ୍ରିସାପ୍ତାହିକ ଓ ସାପ୍ତାହିକ ୪ଦିନ ଚଳାଚଳ କରୁଥିବା ସ୍ବତନ୍ତ୍ର ରେଳ ଏଥିରେ ଅନ୍ତର୍ଭୁକ୍ତ।

Comments are closed.