ପଥ ଫାଙ୍କା ରଥ ଗଡ଼ିଲାନି, ରୀତି ନୀତିରେ ଶେଷ ହେଲା ରାଜନଗର ଓ ମଲିପଶି ବାହୁଡ଼ା ଯାତ୍ରା

ପାଟଣା : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପାଟଣା ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ରଥ ଯାତ୍ରା ବନ୍ଦ ରହିଛି। ରଥ ଗଡ଼ି ନାହିଁ ଓ ପଥ ମଧ୍ୟ ଫାଙ୍କା ପଡ଼ିଥିବା ମଧ୍ୟରେ ମନ୍ଦିର ରେ କେବଳ ରୀତି ନୀତି ଅନୁଯାୟୀ ପୂଜାପାଠ ମଧ୍ୟରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହେଉଛି। ରାଜନଗର ଗ୍ରାମର ପ୍ରାଚୀନ ଦଧିବାମନ ଜୀଉ ମନ୍ଦିର ରେ ଆଜି ସକାଳୁ ଦ୍ୱାରପୂଜା, ମଙ୍ଗଳାର୍ପଣ,ସ୍ନାନ,ବାଲ୍ୟଭୋଗ ଓ ଶଙ୍କୁଡି ଭୋଗ କରାଯାଇଛି। ପରିଚ୍ଛା ଦୁର୍ୟୋଧନ ମିଶ୍ର ,ବ୍ରହ୍ମା ପ୍ରଦୀପ ମିଶ୍ର, ବଡ଼ ପଣ୍ଡା ସତ୍ୟାନନ୍ଦ ପଣ୍ଡା ଓ ଅନ୍ୟ ପୂଜକ ମାନେ ଦେବ ନୀତି ସମ୍ପନ୍ନ କରିଥିଲେ। ତୁରୁମୁଙ୍ଗା ଆରକ୍ଷୀ ଙ୍କ ଉପସ୍ଥିତିରେ ଶାନ୍ତି ଶୃଙ୍ଖଳାର ସହ ଦେବନୀତି ସଂପାଦନ ହୋଇଛି। ସେହିପରି ମଲିପଶି ,ସରାସକୋଲା , ଡୁମୁରିଆ ,ଉଦୟପୁର ଓ କୁଣ୍ଡଳା ଆଦି ସ୍ଥାନରେ କେବଳ ଦେବ ନୀତି ମଧ୍ୟରେ ବାହୁଡ଼ା ଯାତ୍ରା ସମ୍ପର୍ନ୍ନ ହୋଇଛି।

Comments are closed.