ରଥଯାତ୍ରା: ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ପରବର୍ତୀ ପଦକ୍ଷେପ

ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ବନ୍ଦ ନିମନ୍ତେ ନିର୍ଦେଶ ଦେଇଛନ୍ତି । ଏହାକୁ ନେଇ ସୃଷ୍ଟି ହୋଇଛି ମିଶ୍ରିତ ପ୍ରତିକ୍ରିୟା । କେହି କେହି ଏହାକୁ ଜଗନ୍ନାଥଙ୍କ ଇଚ୍ଛା ବୋଲି ଧରି ନେଇ ନିରବ ରହୁଛନ୍ତି ତ କେହି କେହି ପ୍ରତିକ୍ରିୟାଶୀଳ ହୋଇଛନ୍ତି । ଏହ ସ୍ଥିତିରେ ଜଗନ୍ନାଥଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜ ଅତ୍ୟନ୍ତ ସଂଯମତାର ସହ ନିଜର ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ହେବ ଓ ପରବର୍ତୀ ପଦକ୍ଷେପ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ଗ୍ରହଣ କରାଯିବ ବୋଲି କହିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

ସେ କହିଛନ୍ତି ଯେ ସବୁ  କଥା ମଣିଷ ହାତରେ ନଥାଏ । ବର୍ତ୍ତମାନ ଅସାଧାରଣ ପରିସ୍ଥିତି ରହିଛି । ଫଳରେ ମହାପ୍ରଭୁଙ୍କ ଯାତ୍ରାରେ ପରିବର୍ତ୍ତନ ହେବାକୁ ଯାଉଛି ଏହା ନିଶ୍ଚିତ ଭାବେ ସମଗ୍ର ବିଶ୍ୱରେ ଭକ୍ତଙ୍କ ମନରେ ଦୁଃଖ ଦେବ । ଏଥିରେ ସନ୍ଦେହ ନାହିଁ । କିନ୍ତୁ ଆମକୁ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ହେବ । ଏହି ରାୟ ମାନିବାକୁ ଆମେ ବାଧ୍ୟ । ବାହାରେ ଯାତ୍ରା ହୋଇପାରିବ ନାହିଁ । ତେଣୁ ରଥଯାତ୍ରା ସ୍ଥାନରେ ମହାପ୍ରଭୁଙ୍କ କଣ ନୀତି କରାଯିବ । ସେନେଇ ଶ୍ରୀମନ୍ଦିର ପରିଚାଳନା ସମିତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବେ । ଆସନ୍ତା ଦିନେ ଓ ଦୁଇଦିନ ଭିତରେ ଶ୍ରୀଜୀଉଙ୍କ କଣ ନୀତିକାନ୍ତି କରାଯିବ ସବୁ ସ୍ପଷ୍ଟ ହେବ ବୋଲି ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି ।

 

 

 

Comments are closed.