୬ ଜିଲାର ୨୯ଟି ମନ୍ଦିରରେ ହେବନାହିଁ ରଥଯାତ୍ରା

ଭୁବନେଶ୍ବର: ପୁରୀରେ ରଥଯାତ୍ରାକୁ ନେଇ ଏବେ ବି ଲାଗି ରହିଛି ଅନିଶ୍ଚିତତା । ମାମଲା ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟର ୬ ଜିଲାର ୨୯ଟି ମନ୍ଦିରରେ ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ହୋଇଛି । ମନ୍ଦିର ପରିସରରେ ରଥଯାତ୍ରା ରୀତିନୀତି ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ ବଲାଙ୍ଗିର, ଗଜପତି ଓ କନ୍ଧମାଳର ୨ଟି ଲେଖାଏଁ ମନ୍ଦିରରେ ରଥଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଅନୁରୂପ ଭାବରେ ମୟୂରଭଞ୍ଜ ଜିଲାର ୬ଟି ଓ ସମ୍ବଲପୁର ଜିଲାର ୫ଟି ସ୍ଥାନରେ ରଥଯାତ୍ରା ସ୍ଥଗିତ ରହିଛି । ବାଲେଶ୍ବର ଜିଲାର ୧୨ଟି ମନ୍ଦିର କର୍ତ୍ତୃପକ୍ଷ ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ସତର୍କତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟର ୨୯ଟି ମନ୍ଦିରରେ ହେବନି ରଥଯାତ୍ରା। ମନ୍ଦିର ପରିସର ବାହାରେ ରଥଯାତ୍ରା ନ କରିବାକୁ କଡା ନିର୍ଦ୍ଦେଶ ହୋଇଛି । ବାଲେଶ୍ବରରେ ସର୍ବାଧିକ ୧୨ଟି ମନ୍ଦିରରେ ରଥଯାତ୍ରା ହେବନି। କନ୍ଧମାଳ, ଗଜପତି ଓ ବଲାଙ୍ଗିରରେ ୨ଟି ଲେଖାଏଁ ସ୍ଥାନରେ ହେବନି ରଥଯାତ୍ରା । ସେହିପରି ସମ୍ବଲପୁରର ୫ଟି ଓ ମୟୂରଭଞ୍ଜର ୬ଟି ସ୍ଥାନରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପରିସର  ଭିତରେ ସମସ୍ତ ନୀତି ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି।

 

Comments are closed.