ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ନେଇ ପ୍ରସ୍ତୁତି ବୈଠକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ପରିସରରେ ରବିବାର ଅପରାହ୍ନରେ ପାଟଣା ଆଞ୍ଚଳିକ ରଥଯାତ୍ରା କମିଟିର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣା ଥାନାଧିକାରିଣୀ ପୁଷ୍ପାଞ୍ଜଳୀ ସାମନ୍ତରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସମାଜସେବୀ ବିଦ୍ୟାଧର ଦାଶ, ୨୩ନଂ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚନ୍ଦ୍ର ନାଏକ, ମୂଷାଖୋରୀ ସରପଞ୍ଚ ଭାମାମଣୀ ଦାସ, ରଘୁନାଥ ଦାଶ, ମଲ୍ଲିପଶି ରଥ କମିଟିର ପାର୍ଥ ସାରଥୀ ବେଜ, ଭାଗିରଥି ଦାଶ, ଗୌରହରୀ ମହାନ୍ତ, ଗୋବିନ୍ଦ ଚନ୍ଦ୍ର ସାହୁ, ମିଥୁନ ମହାନ୍ତ, ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ, ପାଟଣା ଥାନା ଏସ୍ଆଇ ବୈଲୋଚନ ସିଂ, ଏଏସ୍ଆଇ ସୁଧାଂଶୁ ଶେଖର ଜେନା , ଏଏସ୍ଆଇ ଅଶୋକ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ରଥଯାତ୍ରାରେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି କିଭଳି ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ସମାପନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।

Comments are closed.