ରଥରେ ପାର୍ଶ୍ବ ଦେବଦେବୀ

ପୁରୀ : ସୋମବାର ତିନିରଥରେ ପାର୍ଶ୍ବ ଦେବଦେବୀଙ୍କୁ ସଂଯୋଗ କରାଯାଇଛି। ମହାରଣା ସେବକ ଶିଖର ଡମ୍ବରୁ ସଂଯୋଗ କରିଥିଲେ। ସେଥିରେ ପାର୍ଶ୍ବଦେବୀଙ୍କୁ ବିଜେ କରାଯାଇଛି। ପ୍ରଭାଗୁଡ଼ିକୁ ଚିତ୍ର କରାଯାଉଛି। ଘୋଡ଼ା, ସାରଥି ଏବଂ ଅଶ୍ବମାନଙ୍କୁ ଚିତ୍ରକାର ରଙ୍ଗ କରୁଛନ୍ତି। ଦରଜି ସେବକ ୭୨ ବିଳାସ ପଟି ସମେତ ୧୨ ଦୁଆରବେଢ଼ା ପାଇଁ କନାକାଟି ସିଲାଇ କରିଛନ୍ତି ।
ମଙ୍ଗଳବାର ରଥ ଚାରିପାଖରେ ଠେକରାବାଡ଼ ଦିଆଯିବ। ସିଂହାସନରେ ପ୍ରଭା ଲଗାଯିବା କାର୍ଯ୍ୟକ୍ରମ ରହିଛି। ସଖୀଙ୍କୁ ରଙ୍ଗ କରାଯାଇଛି। ଅସ୍ଥାୟୀ କମାରଶାଳରେ ଓଝା ସେବକ କଣ୍ଟାକବ୍‌ଜା ପ୍ରସ୍ତୁତ କରୁଛନ୍ତି। ରଥ ଚକ ତଳେ ଲଗାଯାଇଥିବା ଗୁଣ୍ଠିଗୁଡ଼ିକୁ ଖୋଲାଯାଇଛି। ତିନିରଥ ପାଇଁ ତିନୋଟି ବ୍ରେକ୍‌ ପ୍ରସ୍ତୁତ କରାଯାଇଛି। କାଠ ଯୋଡ଼େଇ ସ୍ଥାନଗୁଡ଼ିକରେ କଣ୍ଟା ବସାଯାଉଛି। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

Comments are closed.