ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ

ପୁରୀ : ପାଖେଇ ଆସୁଛି ରଥଯାତ୍ରା। ପୁରୀ ବଡ଼ଦାଣ୍ଡରେ ଥିବା ରଥଖଳାଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରଥର ପୋଟଳ ତିଆରି ପରେ ନବ ନିର୍ମିତ ରଥରେ ଏବେ ପାରାଭାଡି ଟେକା ଯାଇଛି । ଏହାପରେ ତିନି ରଥରେ କଳସ ଲାଗିବ । ମହାରଣା, ରୂପକାର, ଚିତ୍ରକାର ଓ ଦରଜିସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି ।

ନିର୍ଦ୍ଧାରିତ ସମୟ ସୁଦ୍ଧା ତିନିରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ୩୦ ତାରିଖରେ ନବନିର୍ମିତ ତିନୋଟି ଯାକ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଅଣାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।

Comments are closed.