ରଥଖଳାରୁ… କଳସ ନିର୍ମାଣ ଶେଷ

0

ପୁରୀ: ତିନି ରଥପାଇଁ ଶେଷ ହୋଇଛି କଳସ ନିର୍ମାଣ। ଚନ୍ଦ୍ରଶାଳୀ କାମ ସରି ପଟା ପକାଯିବା ପାଇଁ ତାଗ ବାଡାଯାଉଛି। ପୋଟଳ ଏବଂ ପାରାଭାଡି ନିର୍ମାଣ ସରିଛି। ରଥ ନିର୍ମାଣ ପ୍ରାୟ ୯୦% ଶେଷ ହୋଇଛି।
ଖୁବ୍‍ଶୀଘ୍ର ରଥ ଉପରକୁ ଅବଶିଷ୍ଟ ପୋଟଳ ଓ ପାରାଭାଡି ଉଠାଯିବ। ସିଂହାସନ କାମ ସରିଛି। ରୂପକାର ସେବକ ରଥରେ ରଙ୍ଗ କରୁଛନ୍ତି। ସାରଥୀ ଓ ପାର୍ଶ୍ବ ଦେବଦେବୀଙ୍କୁ ଧୁଆଯାଇ ରଙ୍ଗ ଆରମ୍ଭ ହୋଇଛି। ରବିବାର ରଥରେ ପଟା ବାଡାଯିବ। ଜୁଲାଇ ୧୪ରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ୨୨ରେ ବାହୁଡା, ୨୩ରେ ସୁନାବେଶ, ୨୪ରେ ଅଧରପଣା ଏବଂ ୨୫ରେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ।

Leave A Reply