ଗୁଣ୍ଡିଚା ନିକଟରେ ତାଳଧ୍ବଜ, ଦେବଦଳନ ଅଧାବାଟରେ ନନ୍ଦିଘୋଷ

0

ପୁରୀ: ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି କାଳିଆ ସାଆନ୍ତ । ତାଳଧ୍ୱଜ ଓ ଦର୍ପଦଳନ ରଥ ପରେ ବଡଦାଣ୍ଡରେ ନନ୍ଦିଘୋଷ ରଥ ଗଡିଛି। ତାଳଧ୍ୱଜ ଓ  ଦର୍ପଦଳନ  ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି । ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଦିନ ପ୍ରାୟ ୨ଟା ୩୦ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା।

 

ଗଜପତି ମହାରାଜ ଦିବ୍ୟସିଂହ ଦେବ ଥାଟ୍ଟ ଓ ପଟୁଆରରେ ପାଲିଙ୍କି ଚଢି ଛେରା ପହଁରା କରିବା ପାଇଁ ଆସିଥିଲେ । ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶିଷ୍ୟଙ୍କ ଗହଣରେ ୩ ରଥରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରିଥିଲେ। ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ରଥ ଟାଣିଥିଲେ । ଆଜି ମଧ୍ୟାହ୍ନରେ କିଛି ସମୟ ପାଇଁ ବର୍ଷା ହୋଇଥିଲା। କିନ୍ତୁ ଭକ୍ତମାନେ ଅବିଚଳିତ ମନରେ ଶ୍ରୀଜୀଉମାନଙ୍କ ରଥଯାତ୍ରାକୁ ତ୍ବରାନ୍ବିତ କରିଥିଲେ।

Leave A Reply